ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ବ୍ୟାଗ୍ : କୁମ୍ଭୀର ଚମଡ଼ାରେ ତିଆରି, ଲାଗିଛି ୨୪୦ ହୀରା
ଅମ୍ବାନୀ ପରିବାରର ଚଳଣି କହିଲେ ଆଖି ପାଇବନି । ଖାସ୍ କରି ନୀତା ଅମ୍ବାନୀଙ୍କ ସଉକ ଓ ତାଙ୍କ ଜିନିଷ ଗୁଡିକର ମୂଲ୍ୟ କାହିଁରେ କେତେ । କିଛି ଦିନ ପୂର୍ବରୁ ନୀତା ଅମ୍ବାନୀଙ୍କ ପଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ କରିସ୍ମା ଏବଂ କରୀନା କପୁରଙ୍କ ସହିତ ଏକ ଧଳାରଙ୍ଗର ଆଉଟ୍ଫିଟ୍ରେ ସୁନ୍ଦର ଦେଖାଯାଉଥିଲେ । କିନ୍ତୁ ଫଟୋରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ସାଜିଥିବା ଜିନିଷ ହେଉଛି ନୀତା ଅମ୍ବାନୀଙ୍କ ହାତରେ ରହିଥିବା ସୁନ୍ଦର ହ୍ୟାଣ୍ଡବ୍ୟାଗ, ଯାହା ବହୁତ ମହଙ୍ଗା ଅଟେ । ଏହି ହ୍ୟାଣ୍ଡବ୍ୟାଗ୍ ହେଉଛି ନୀତା ଅମ୍ବାନୀଙ୍କ କଲେକସନ୍ରେ ସବୁଠାରୁ ମହଙ୍ଗା ବ୍ୟାଗ୍ । ଯେଉଁଥିରେ ୨୪୦ଟି ହୀରା ଅଛି । ବ୍ୟାଗଟି 'ହର୍ମିସ୍ ହିମାଳୟ ବିର୍କିନ୍ କମ୍ପାନୀ'ର ଅଟେ । ଯାହା ଆଫ୍ରିକୀୟ କୁମ୍ଭୀର ଚମଡାରୁ ତିଆରି ହୋଇଛି । ଏହି ବ୍ୟାଗର ମୂଲ୍ୟ ହେଉଛି ୨ କୋଟି ୬୦ ଲକ୍ଷ ଟଙ୍କା ।
Powered by Froala Editor