ସାନ ଝିଅ ସହ ନିର୍ବନ୍ଧ କରାଇ ବଡ଼ ଝିଅକୁ ବାହା କରିଦେଲେ, ଏବେ ବର କହୁଛି ଆତ୍ମହତ୍ୟା କରିବି

ରାତିରେ ହୋଇଥିଲା ବିବାହ । ବର ଓ ବରର ଘର ଲୋକେ ଖୁସିରେ ବିବାହ ସାରି ଖାଇପିଇ ରହିଲେ । ହେଲେ ସକାଳେ ବିଦାୟୀ ବେଳେ ଚାଲିଲା ହଟ୍ଟଗୋଳ । କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବର ଘର ଲୋକଙ୍କ ଅଭିଯୋଗ ଥିଲା ଯେ, କନ୍ୟା ପକ୍ଷ ଲୋକ ସାନ ଝିଅକୁ ଦେଖାଇ ବଡ ଝିଅକୁ ବିବାହ କରିଦେଇଛନ୍ତି । କନ୍ୟାପକ୍ଷ ସାନଝିଅ ସହ ନିର୍ବନ୍ଧ କରାଇ ବଡ଼ ଝିଅ ସହ ବିବାହ କରାଇଦେଇଛନ୍ତି ।ବଡ଼ ଝିଅର ବିବାହ ହେଉନଥିବାରୁ ସେମାନେ ଏଭଳି କରିଥିବା ଜଣାପଡ଼ିଛି। ଏହି ଘଟଣା ପରେ ବର ପୁଲିସ ନିକଟରେ ଅଭିଯୋଗ ଦାଖଲ କରି କହିଛି ଯେ ଯଦି ମୋତେ ନ୍ୟାୟ ନମିଳେ ତେବେ ଆତ୍ମହତ୍ୟା କରିବି।
ବିବାହ ଜାନୁଆରି ୨୬ରେ ହୋଇଥିଲା। ବିବାହ ସମୟରେ ସାନ ଝିଅ ସ୍ଥାନରେ ବଡ଼ ଝିଅକୁ ବସାଇ ତା’ର ମୁହଁକୁ ଓଢ଼ଣାରେ ଘୋଡାଇ ଦେଇଥିଲେ କନ୍ୟା ପକ୍ଷ।ତେବେ ବିବାହ ଚାଲିଥିବା ବେଳେ ବି କନ୍ୟାପକ୍ଷ କନ୍ୟାର ମୁହଁ ଦେଖାଇନଥିଲେ। ଗାଁରେ ବିବାହ ବେଦୀରେ ଝିଅର ମୁହଁ ଦେଖନ୍ତି ନାହିଁ ବୋଲି କହି କନ୍ୟାପକ୍ଷ ଓଢ଼ଣା ଟେକିବାକୁ ମନା କରିଥିଲେ। ଏଥିରେ ବରପକ୍ଷ ରାଜି ହେବାରୁ ବିବାହ ରୀତିନୀତି ଆଗକୁ ବଢ଼ିଥିଲା। ହେଲେ କନ୍ୟାପକ୍ଷ ଏଭଳି ଧୋକା ଦେବେ ବୋଲି ବର ପକ୍ଷ ଚିନ୍ତା ବି କରିନଥିଲେ।
Powered by Froala Editor