କରୋନା ସମ୍ପର୍କରେ ପୁଣି ଆସିଲା ବଡ଼ ଖବର

ନୂଆଦିଲ୍ଲୀ: ମହାମାରୀ କରୋନା ଭୂତାଣୁ ସାଧାରଣତଃ ଆମେ କାଶିବା ବା ଛିଙ୍କିବା ଦ୍ୱାରା ମୁହଁରୁ ନିସୃତ ଜଳକଣିକାରେ ବାୟୁମଣ୍ଡଳକୁ ପ୍ରବାହିତ ହୋଇ ପରେ ଅନ୍ୟ ଶରୀରକୁ ପରିବାହିତ ହେଉଥିବା କଥା ସମସ୍ତଙ୍କୁ ଜଣା । ତେବେ ଏହି ଭୂତାଣୁବାହୀ ଜଳକଣିକା ବା ବାୟୁ ପୁଡ଼ିଆ ବାୟୁମଣ୍ଡଳରେ ଦୀର୍ଘ ୧୦ ମିଟର ଯାଏ ପ୍ରବାହିତ ହୋଇପାରିବ ବୋଲି ସଦ୍ୟ ଅନୁଧ୍ୟାନରୁ ଜଣାଯାଇଛି । ତଦନୁସାରେ ସାମାଜିକ ଦୂରତା ବଜାୟ ରଖି ସଂକ୍ରମଣଠାରୁ ଦୂରେଇ ରହିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟ ବୈଜ୍ଞାନିକର ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ପକ୍ଷରୁ ନୂଆ ପରାମର୍ଶାବଳି ଜାରି କରାଯାଇଛି । ଏଥିରେ ମୁଖ୍ୟତଃ ଅପେକ୍ଷାକୃତ ମୁକ୍ତବାୟୁ ସଂଚାଳକ ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହା ଯୋଗୁଁ ସଂଲଗ୍ନ ବାୟୁମଣ୍ଡଳରେ ଭୂତାଣୁର ସାନ୍ଦ୍ରତା କମିଯିବା ସହ ସଂକ୍ରମଣର ଆଶଙ୍କା ମଧ୍ୟ କମ ରହିବ ବୋଲି କୁହାଯାଇଛି । ସୁତରାଂ ସ୍ୱୟଂ ଚାଳିତ ବାୟୁଯୁକ୍ତ ବାସସ୍ଥଳୀ, କର୍ମସ୍ଥଳୀ ଏବଂ ଅନ୍ୟାନ୍ୟ ସମବେତ କେନ୍ଦ୍ରୀଭୂତ ସ୍ଥାନମାନଙ୍କରେ ସଂକ୍ରମଣକୁ ଯଥେଷ୍ଟ କମାଇ ଦିଆଯାଇପାରିବ ।
Powered by Froala Editor