ଆଦାନିଙ୍କ ମୋଟ ସମ୍ପତ୍ତି ୬୬୫୦ କୋଟି ଡଲାର
ନୂଆଦିଲ୍ଲୀ: ଆଦାନି ଗ୍ରୁପର ମୁଖ୍ୟ ଗୌତମ ଆଦାନି ଏସିଆର ଦ୍ୱିତୀୟ ବଡ଼ ଧନୀ ମାନ୍ୟତା ହାସଲ କରିଛନ୍ତି । ଚୀନର ଝଙ୍ଗ ସାନ ସାନଙ୍କୁ ସେ ପଦଚୁ୍ୟତ କରିଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନି ଏସିଆର ସବୁଠୁ ଧନୀ ବ୍ୟକ୍ତି ଭାବେ ତାଲିକାର ଶୀର୍ଷ ସ୍ଥାନରେ ରହିଥିବା ବେଳେ ଆଦାନି ତାଙ୍କ ପଛରେ ଦ୍ୱିତୀୟରେ ରହିଛନ୍ତି । ଆଦାନିଙ୍କ ମୋଟ ସମ୍ପତ୍ତି ୬୬୫୦ କୋଟି ଡଲାରରେ ପହଞ୍ଚିଛି । ୨୦୨୧ରେ ବର୍ତ୍ତମାନ ସୁଦ୍ଧା ତାଙ୍କ ସମ୍ପତ୍ତି ୩୨୦୦ କୋଟି ଡଲାର ବଢ଼ିସାରିଲାଣି । ଦ୍ରୁତ ଗତିରେ ସମ୍ପତ୍ତି ବଢ଼ାଇବାରେ ସେ ସାରା ବିଶ୍ୱରେ ତୃତୀୟ ସ୍ଥାନରେ ରହିଛନ୍ତି । ବ୍ଲୁମ ବର୍ଗ ବିଲିଓନେୟାର ସୂଚୀରୁ ଏହା ଜଣାପଡ଼ିଛି ।
Powered by Froala Editor