ବିଳାସମୟ ଜୀବନ ଅତିବାହିତ କରୁଛି କୁକୁର
କୁକୁର ଭଳି ପ୍ରାଣୀ ପାଖେ ଏତେ ସମ୍ପତି ଆସିଲା କୋଉଠୁ । ବହୁ ଖୋଳତାଡ଼ ପରେ ଜଣାପଡ଼ିଛି ଯେ ତା ମାଲିକାଣୀ ମରିବା ପୂର୍ବରୁ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତି ନିଜ ପ୍ରିୟ ପୋଷା କୁକୁର ନାଁ ରେ କରିଦେଇଛନ୍ତି । କୁକୁର ର ନାଁ ଗନ୍ଥର ସିକ୍ସ ଓ ଏହା ଜର୍ମାନ ସର୍ଫୋଡ଼ ପ୍ରଜାତିର । ବିଳାସମୟ ଜୀବନ ଅତିବାହିତ କରୁଥିବା କୁକୁର ପାଖେ ଚାକର ବି ଅଛନ୍ତି । କୁକୁର ବଡ଼ ଅଟାଳିକାରେ ରହିବା ସହ ଦାମୀ କାରରେ ଯିବା ଆସିବା କରେ । ଜର୍ମାନୀର ଜଣେ ଧନୀ ମହିଳା କାର୍ଲୋଟା ଲିଏବିଷ୍ଟନ୍ ଏଇ କୁକୁର ପାଳିଥିଲେ । କୋଣସି କାରଣରୁ ତାଙ୍କ ପୁୃଅ ପ୍ରାଣ ହରାଈଲା ପରେ ମହିଳା ଦୁଃଖରେ ଭାଙ୍ଗି ପଡ଼ିଥିଲେ ।
କିଛି ବର୍ଷ ପରେ ସେ ଏକ କୁକୁର ପାଳିଲେ ଓ ପୁଅ ନାମ ଅନୁସାରେ କୁକୁରକୁ ଗନ୍ଥର ବୋଲି ଡ଼ାକିଲେ । ପୁଅ ଭଳି ତାକୁ ବହୁତ ଭଲ ପାଇବା ଦେଇ ରଖିଥିଲେ । ଶେଷରେ ନିଜ ସବୁ ସମ୍ପତିକୁ କାରଲୋଟା ବିନା ଦ୍ୱିଧାରେ କୁକୁର ନାମରେ ଲେଖିଦେଇଯାଇଛନ୍ତି । କାର୍ଲୋଟାଙ୍କ ବିଶ୍ୱସ୍ତ କର୍ମଚାରୀମାନେ ମାଲିକାଣୀଙ୍କ କଥାକୁ ବେଶ୍ ସମ୍ମାନର ସହ ପାଳନ ମଧ୍ୟ କରୁଛନ୍ତି।
Powered by Froala Editor