୩ ମାସର ଶିଶୁ ପେଟରେ ୫୧ ଚେଙ୍କ

ସଚେତନତା ଲଗାତାର କରାଯାଉଛି । ତାସତ୍ତ୍ୱେ ଲୋକଙ୍କ ଆଖିରୁ ଅନ୍ଧପୁଟୁଳି ଖୋଲୁଛି । ଯାହାର ପରିଣାମ ସ୍ୱରୂପ ଚାଲିଯାଇଛି ୩ ମାସର ଶିଶୁର ଜୀବନ । ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ମଧ୍ୟ ପ୍ରଦେଶରୁ।
ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଅଞ୍ଚ ଶାହଡୋଲ ଜିଲ୍ଲାରେ ସିଂହପୁର କଠୌତିଆ ଗାଁ। ଏଠାକାର ଏକ ୩ ମାସର ଛୁଆ ନିମୋନିଆରେ ପୀଡିତ ଥିଲା। ନିଶ୍ୱାସ ନେବାରେ ତାକୁ କଷ୍ଟ ଅନୁଭବ ହେଉଥିଲା। ତେବେ ପରିବାର ଲୋକେ ଛୁଆଟିକୁ ଡାକ୍ତର ପାଖକୁ ନେବା ବଦଳରେ ଏକ ଝଡ଼ାଫୁଙ୍କା କରୁଥିବା ବାବାଙ୍କ ପାଖକୁ ନେଇଥିଲେ। ସେଠାରେ ବାବା ଛୁଆଟିକୁ ଭଲ କରାଇବା ପାଇଁ ଗରମା ଲୁହାରେ ଚେଙ୍କ ଦେବାକୁ ପରିବାର ଲୋକଙ୍କୁ କହିଥିଲେ। ୩ ମାସର ଝିଅ ପେଟରେ ୫୧ ଥର ଉତ୍ତପ୍ତ ଲୁହାଛଡ଼ ଚେଙ୍କ ଦେବାରୁ ତା’ର ମୃତ୍ୟୁ ଘଟିଥିବା କଥା ଶୁକ୍ରବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି। ନିଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଭୋଗୁଥିବା ସେ ପିଲାଟିର ୧୫ ଦିନ ପରେ ଗୋଟାଏ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା।
ନିମୋନିଆ ଯୋଗୁଁ ସ୍ବାସ୍ଥ୍ୟାବସ୍ଥା ସଙ୍କଟଜନକ ହୋଇଥିଲେ ସୁଦ୍ଧା ସେ ପିଲାଟିର ଡାକ୍ତରୀ ଚିକିତ୍ସା କରାଯାଇ ନ ଥିଲା ମାଆ। ତା’ ଦେହରେ ଗରମ ଲୁହାଛଡ଼ ଚେଙ୍କ ନ ଦେବା ପାଇଁ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ତା’ର ମାଆଙ୍କୁ ବୁଝାଇଥିଲେ। ପରେ ତା’ର ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଦିନ ଡାକ୍ତରଖାନାରେ ତା’ର ମୃତ୍ୟୁ ଘଟିଥିଲା।
Powered by Froala Editor