ଲୋକ ଥଟ୍ଟା କରୁଥିଲେ, ଭିକାରି ଭାବି ଟଙ୍କା ପିଙ୍ଗି ଚାଲି ଯାଉଥିଲେ
'ବିଗ ବସ' ସିଜନ ୧୬ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ୩ ଫୁଟର ଅବଦୁ ରୋଜିକ। ଏହି ସୋ' ଜରିଆରେ ସମଗ୍ର ଦେଶରେ ସେ ଲୋକପ୍ରିୟତା ହାସଲ କରିଥିଲେ। ଏବେ ଅବଦୁ କୋଟିକୋଟି ଟଙ୍କାର ମାଲିକ ଥିବା ବେଳେ ନିଜ ଦୁଃଖ ବଖାଣି କହିଛନ୍ତି, 'ଏମିତି ଏକ ସମୟ ଥିଲା ଲୋକେ ଭିକାରି ଭାବି ମୋ ଉପରକୁ ଟଙ୍କା ଫିଙ୍ଗୁଥିଲେ।'
ଅବଦୁ ପ୍ରଥମେ ମାର୍କେଟ ଓ ରାସ୍ତାରେ ଗୀତ ଗାଉଥିଲେ। ତାଙ୍କର ଉଚ୍ଚତା କମ ଥିବା ହେତୁ ଅନେକ ଲୋକ ତାଙ୍କୁ ଥଟ୍ଟା କରିବା ସହିତ ଭିକାରି ଭାବି ଟଙ୍କା ପିଙ୍ଗି ଚାଲି ଯାଉଥିଲେ। ଏମିତି ବି ସ୍ଥାନ ଅଛି ଗୀତ ଗାଉଥିବା ବେଳେ ଲୋକେ ତାଙ୍କୁ ତଡ଼ି ମଧ୍ୟ ଦେଇଥିଲେ। ଛୋଟ ଉଚ୍ଚତା ପାଇଁ ସେ ସ୍କୁଲ ପାଠପଢ଼ା ବନ୍ଦ କରି ଦେଇଥିଲେ। ଉଚ୍ଚତାକୁ ନେଇ ତାଙ୍କ ସହପାଠୀମାନେ ଚିଡ଼ାଉ ଥିଲେ, କେହି ସାଙ୍ଗ ହେଉ ନଥିଲେ। ଏସବୁକୁ ଖାତିର ନକରି ସେ ଆଗକୁ ବଢ଼ିଥିଲେ। ଆଉ ଆଜି ସମସ୍ତେ ତାଙ୍କ ସଫଳତା ପାଇଥିବା କହିଛନ୍ତି।
ଅବଦୁ ସଲମାନ ବି ତାଙ୍କର ଜଣେ ବଡ଼ ଫ୍ୟାନ ରହିଛନ୍ତି।
Powered by Froala Editor