ଆଜିଠୁ ଅନୁଭୂତ ହେବ ଶୀତ
ଭୁବନେଶ୍ୱର : ମାଘ ମାସରେ ଆଉ ନାହିଁ ବାଘ ଭଳିଆ ଶୀତ । ଶୀତଦିନେ ତାପମାତ୍ରା ଏତେ ରହୁଛି ଯେ, ଗରମରେ ହନ୍ତସନ୍ତ ହେଉଛନ୍ତି ଲୋକେ । କିନ୍ତୁ ଆଜିଠୁ ରାଜ୍ୟରେ ଶୀତ ଅନୁଭୂତ ହେବ । ପାରଦ ପାଖାପାଖି ୨ରୁ ୪ଡିଗ୍ରୀ ଯାଏ ଖସିବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଗତ ରାତିରେ ସେମିଳିଗୁଡାଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧.୬ଡିଗ୍ରୀ ରେକର୍ଡ ହୋଇଥିବା ବୋଳେ ବୌଦ୍ଧରେ ୧୩.୫ଡିଗ୍ରି ଓ କିରୋଇରେ ୧୩.୨ଡିଗ୍ରି ରହିଥିଲା । ସେହିଭଳି ଦ୍ୱେତନଗରୀରେ ସର୍ବନିମ୍ନ ୧୯ଡିଗ୍ରି ରେକର୍ଡ ହୋଇଥିଲା ।
ଆଜିଠୁ ତାପମାତ୍ରାରେ ପରିବର୍ତ୍ତନ ଘଟିବ । ଅନ୍ୟପଟେ ଉପକୂଳ ଓଡିଶା ସମେତ ସଂଲଗ୍ନ ଅଂଚଳରେୠତକାଲି ସକାଳୁ ପାଗ ମେଘୁଆ ରହିଥିଲା । ମଧ୍ୟାହ୍ନରେ ଆକାଶ ନିର୍ମଳ ହେବା ସହ ଖରା ମଧ୍ୟ ତୀବ୍ର ହୋଇଥିଲା । ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବୌଦ୍ଧଠାରେ ୩୫.୫ଡିଗ୍ରୀ ରେକର୍ଡ ହୋଇଛି । ଆଜି ଭୁବନେଶ୍ୱର ଓ ଆଖପାଖ ଅଂଚଳରେ ଦିନରେ ପାଗ ଆଂଶିକ ମେଘୁଆ ରହିବ । ସଂଧ୍ୟା ସୁଦ୍ଧା ଆକାଶ ମେଘାଚ୍ଛନ ହୋଇପାରେ । ସର୍ବୋଚ୍ଚ ତାପମାତ୍ରା ୩୦ଡିଗ୍ରୀ ଓ ସର୍ବନିମତନ ତାପମାତ୍ର୧୯ଡିଗ୍ରୀ ମଧ୍ୟରେ ରହିବ ।
Powered by Froala Editor