ଆଇସିୟୁରେ ଓଲିଉଡର ଏହି ଲୋକପ୍ରିୟ କଣ୍ଠଶିଳ୍ପୀ

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ର ଗୁରୁତର ଅସୁସ୍ଥ ହୋଇ ଏଠାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କରୋନା ଆକ୍ରାନ୍ତ ହେବା ପରେ ବୁଧବାର ସେ ଅସୁସ୍ଥ ହୋଇପଡ଼ିଥିଲେ । ଏହା ପରେ ତାଙ୍କୁ ଘରୋଇ ଡାକ୍ତରଖାନାର ସ୍ୱତନ୍ତ୍ର ଯତ୍ନ କୋଠରି (ଆଇସିୟୁ)ରେ ଭର୍ତ୍ତି କରାଯାଇଛି । ଗତ ୧୦ ତାରିଖରେ ତପୁ କରୋନା ସଂକ୍ରମିତ ହୋଇ ଗୃହ ସଙ୍ଗରୋଧରେ ରହିଥିଲେ । ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତପୁ ଅସୁସ୍ଥ ହେବା ଖବର ଜଣାପଡ଼ିବା ପରେ ସମସ୍ତେ ତାଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସୂଚନା ଯୋଗ୍ୟ ୧୦ ଦିନ ପୂର୍ବରୁ ତପୁ ତାଙ୍କ ବାପାଙ୍କୁ ହରାଇଥିଲେ
Powered by Froala Editor