ଆତ୍ମହତ୍ୟା ପୂର୍ବରୁ ଏମିତି କହିଲେ ବ୍ୟବସାୟୀ ଦମ୍ପତି : “ଦୟାକରି ମୋ ପିଲାମାନଙ୍କ ପାଇଁ ଟଙ୍କା ଫେରସ୍ତ କରନ୍ତୁ...
ମଧ୍ୟପ୍ରଦେଶର ପାନ୍ନାରେ ଜଣେ ବ୍ୟବସାୟୀ ନିଜ ପତ୍ନୀଙ୍କୁ ଗୁଳି ମାରିବା ସହ ନିଜେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଓ ଭିଡିଓ ବାର୍ତ୍ତା ଜବତ କରିଥିବା ବେଳେ ସେଥିରେ ଲେଖାଥିବା କଥା ସମସ୍ତଙ୍କ ଆଖିରେ ଲୁହ ଆଣିଛି। ପୁଲିସ ସୁଇସାଇଡ ନୋଟ ଜବତ କରି ତଦନ୍ତ ଆରମ୍ଭ କରିଛି।
ମଧ୍ୟପ୍ରଦେଶ ପନ୍ନାର କପଡ଼ା ବ୍ୟବସାୟୀ ସଞ୍ଜୟ ସେଠ। ସେ ଆତ୍ମହତ୍ୟା ପୂର୍ବରୁ ଏକ ଭିଡିଓରେ କାନ୍ଦି କାନ୍ଦି ନିଜ ପିଲାମାନଙ୍କୁ କ୍ଷମା ମାଗୁଛନ୍ତି। ଏଥିସହ ଆମେ ଆଉ ବଞ୍ଚି ପାରୁନୁ କହୁଛନ୍ତି। ଯେଉଁମାନେ ତାଙ୍କଠାରୁ ଧାରଜ କରଜ ନେଇଛନ୍ତି ସେମାନଙ୍କ ନାଁ ମଧ୍ୟ ନେଇଛନ୍ତି ସଞ୍ଜୟ। ଭିଡିଓରେ ସଞ୍ଜୟ କହିଛନ୍ତି, “ଦୟାକରି ମୋ ପିଲାମାନଙ୍କ ପାଇଁ, ମୋ ଝିଅର ବିବାହ ପାଇଁ ମୋ ଟଙ୍କା ଫେରସ୍ତ କରନ୍ତୁ। ମୋ ଝିଅର ବିବାହରେ ୫୦ଲକ୍ଷରୁ ୧କୋଟି ଟଙ୍କା ଖର୍ଚ୍ଚ କରିବ। ମୋ ଝିଅର ଆକାଉଣ୍ଟରେ କିଛି ଟଙ୍କା ଅଛି। ୨୯ଲକ୍ଷ ଟଙ୍କା ଲକରରେ ରଖାଯାଇଛି। ମୋ ପତ୍ନୀ ଏବଂ ମୁଁ ଦୁହେଁ ଚାଲିଯାଉଛୁ। ଆମେ ଆଉ ବଞ୍ଚିପାରିବୁ ନାହିଁ। ଝିଅ ପାଇଁ ବହୁତ ଅଳଙ୍କାର ଅଛି। ମୋ ପିଲାମାନେ, ମୋତେ କ୍ଷମା କରିବ। “
ସଞ୍ଜୟ ସୁଇସାଇଡ ନୋଟରେ ଲେଖିଛନ୍ତି, “ଗୁରୁଜୀ, ମୋତେ କ୍ଷମା କର। ଯଦି ମୁଁ ଆଉ ଏକ ଜନ୍ମ ପାଏ, ତେବେ ମୁଁ କେବଳ ଆପଣଙ୍କ ଭକ୍ତ ଭାବରେ ଜନ୍ମ ନେବାକୁ ଚାହୁଁଛି।”
Powered by Froala Editor