ଟ୍ରେନିଂ ବେଳେ ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ମୃତ

ପଞ୍ଜାବର ମୋଗା ନିକଟରେ ଭାରତୀୟ ବାୟୁସେନାର ‘ମିଗ୍-୨୧’ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲଢୁଆ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିବା ପୂର୍ବରୁ ତାହାକୁ ଚଳାଉଥିବା ପାଇଲଟ୍ ‘ସ୍କ୍ବାଡ୍ରୋନ୍ ଲିଡର୍ ଅଭିନବ ଚୌଧୁରୀ ବାହାରି ଯାଇଥିଲେ। କିନ୍ତୁ ସେ ସାଂଘାତିକ ଗୁରୁତର ଥିବାରୁ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଛି ।
ଟ୍ରେନିଂ ବେଳେ ପାଇଲଟ୍ ଅଭିନବ ରାଜସ୍ଥାନର ସୁରତଗଡ଼ରୁ ମିଗ୍-୨୧ର ଉଡ଼ାଣ ଭରିଥଲେ । ତାଲିମ୍ ଦେଉଥିବା ସମୟରେ ଗତ ରାତି ପ୍ରାୟ ୧ଟା ବେଳେ ବାୟୁସେନାର ‘ମିଗ୍-୨୧’ ଲଢୁଆ ବିମାନଟି ମୋଗା ଅନ୍ତର୍ଗତ ବାଘାପୁରନା ଅଞ୍ଚଳର ଲାଙ୍ଗିଆନା ଖୁର୍ଦ ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀଙ୍କ ସହ ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି ।
ସୂଚନାଯୋଗ୍ୟ, ଏହାକୁ ମିଶାଇ ଏବର୍ଷ ତିନୋଟି ‘ମିଗ୍-୨୧’ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେଲାଣି। ଦୁର୍ଘଟଣାର କାରଣ ଜଣାପଡ଼ି ନଥିବା ବେଳେ ‘କୋର୍ଟ ଅଫ୍ ଇନ୍କ୍ବାରି’ ଆଦେଶ ଦିଆଯାଇଛି।
Powered by Froala Editor