ରେଳ ଷ୍ଟେସନରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ଉଦ୍ଧାର
ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଜଣେ ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଛି । ଯୁବକ ଜଣଙ୍କ କଣ୍ଟାବାଞ୍ଜିର ଇମ୍ରାନ । ତେବେ ମାଲ୍ ବୋଝେଇ ଟ୍ରେନ୍ ଧକ୍କାରେ ଯୁବକ ଜଣଙ୍କର ଏପରି ଅବସ୍ଥା ହୋଇଥିବା ଜଣାପଡିଛି । ଇମ୍ରାନଙ୍କ ହାତ ଗୋଟିଏ ସମ୍ପୂର୍ଣ୍ଣ ଭାବେ କଟିଯାଇଛି । ଯୁବକ ଜଣଙ୍କ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଟ୍ରେନ୍ ଆଗରେ ଡେଇଁଥିଲେ ନା ଆଉ କିଛି କାରଣ ରହିଛି ତାହା ସ୍ପଷ୍ଟ ହୋଇପାରିନାହିଁ ।
ରେଳବାଇ ପୋଲିସ ଖବର ପାଇ ଯୁବକକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । କଣ୍ଟାବାଞ୍ଜି ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
Powered by Froala Editor