କୁହୁଡ଼ି: ୪୪୧ ଟ୍ରେନ ବାତିଲ

ନୂଆଦିଲ୍ଲୀ: ଶୀତର ଲହରୀ ସହ ସାଧାରଣ ଧନଜୀବନ ଉପରେ ଅତ୍ୟଧିକ ପ୍ରଭାବ ପକାଇଛି କୁହୁଡ଼ି । ଉତ୍ତର ଭାରତରେ ଶୀତ ଲହରୀ ଓ କୁହୁଡି ଦେଖିବାକୁ ମିଳିଛି । ଏଥିଯୋଗୁ ରବିବାର ରେଳବାଇ ବିଭାଗ ୪୪୧ ଟ୍ରେନ ବାତିଲ କରିଛି । ଯେଉଁଥିରେ ୩୯୬ ଟ୍ରେନକୁ ପୂର୍ଣ୍ଣ ଭାବେ ବାତିଲ କରିଦେଇଛି । ୪୫ ଟ୍ରେନକୁ ଆଂଶିକ ଭାବେ ବାତିଲ କରିଛି ଭାରତୀୟ ରେଳବାଇ ବିଭାଗ ।
ବାତିଲ ଗାଡ଼ି ମଧ୍ୟରେ ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ପଞ୍ଜାବ, କର୍ଣ୍ଣାଟକ,ଗୁଜୁରାଟ,ପଶ୍ଚିମବଙ୍ଗ ଓ ଅନ୍ୟ ରାଜ୍ୟରେ ଚାଲୁଥିବା ଗାଡି ରହିଛି । ସେହିପରି ୨୧ ଟ୍ରେନକୁ ପୁନଃ ସମୟ ନିର୍ଘଣ୍ଟ କରିବା ସହ ୩ ଟ୍ରେନର ଗତିପଥ ପରିବର୍ତ୍ତନ କରିଦିଆଯାଇଛି ।
Powered by Froala Editor