ହେଲିକପ୍ଟର ଦୁର୍ଘଟଣାରେ ୟୁକ୍ରେନ ଗୃହମନ୍ତ୍ରୀଙ୍କ ମୃତ୍ୟୁ

ୟୁକ୍ରେନର ରାଜଧାନୀ କିବ୍ ବାହାରେ ଥିବା ଏକ କିଣ୍ଡରଗାର୍ଡେନ ନିକଟରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାପରେ ଦୁଇ ଶିଶୁ ଏବଂ ୟୁକ୍ରେନର ଗୃହମନ୍ତ୍ରୀଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ୟୁକ୍ରେନର କିଣ୍ଡରଗାର୍ଟନ୍ ନିକଟସ୍ଥ ବ୍ରେଭରୀ ସହରରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୬ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ମନ୍ତ୍ରୀଙ୍କ ସମେତ ସରକାରଙ୍କ ଅନେକ ଶୀର୍ଷ ଅଧିକାରୀ ସାମିଲ ଅଛନ୍ତି। ମୃତ ମନ୍ତ୍ରୀ ଡେନିମ ମୋନାଷ୍ଟିର୍ସ୍କି ବୋଲି ପରିଚୟ ମିଳିଛି। ଏହି ଦୁର୍ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ତେବେ ହେଲିକପ୍ଟରଟି କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା ତାହା ସ୍ପଷ୍ଟ ହୋଇନାହିଁ। ଏହି ଘଟଣାକୁ ନେଇ ରୁଷ ଓ ୟୁକ୍ରେନ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ।
Powered by Froala Editor