ଗ୍ୟାସ ବର୍ଣ୍ଣର ପରିଷ୍କାର ରଖିବାର ସରଳ ଉପାୟ ଜାଣନ୍ତୁ...
ରୋଷେଇ ଘର, ଘରର ଏକ ମୁଖ୍ୟ ଆକର୍ଷଣ ହୋଇଥାଏ । ବାସ୍ତୁ ଅନୁସାରେ ମଧ୍ୟ ଆପଣ ରୋଷେଇ ଘରକୁ ପରିଷ୍କାର ରଖିଲେ ଘରେ ସୁଖଶାନ୍ତି ବୃଦ୍ଧି ପାଇଥାଏ । ରୋଷେଇ କରିବା ପାଇଁ ପ୍ରଥମେ ନଜର ପଡେ଼ ଗ୍ୟାସ ଉପରେ । ଗ୍ୟାସ ଚୁଲା ବର୍ଣ୍ଣର ଅତି ଶୀଘ୍ର ମଇଳା ଧରେ । ଯାହାକୁ ଭଲରେ ସଫା ନକଲେ ତାହା କ୍ରମେ କଳଙ୍କି ଲାଗିବା ଆରମ୍ଭ ହୋଇଥାଏ । ଏହାକୁ ପରିଷ୍କାର ରଖିବାର ସରଳ ଉପାୟ ହେଉଛି:
-ଗୋଟିଏ ପାତ୍ରରେ ୪ ବଡ଼ ଚାମଚ ଭିନେଗାର ନେବେ । ସେଥିରେ ଅଧ କପ୍ ପାଣି ମିଶାଇ ଗୋଳାନ୍ତୁ । ଏବେ ଚୁଲା ବର୍ଣ୍ଣରକୁ ମିଶ୍ରଣରେ ବୁଡ଼ାଇ ପୂରା ରାତି ରଖିବେ । ସକାଳୁ ବର୍ଣ୍ଣରକୁ ପାଣିରୁ ବାହାର କରି ଘଷନ୍ତୁ । ପୂରା ନୂଆ ଭଳି ଚକଚକ କରିବ ।
- ଗରମ ପାଣିକୁ ଛୋଟ ପାତ୍ରରେ ରଖି ସେଥିରେ ଅଧ ଚାମଚ ଲୁଣ ଓ ଫାଳେ ଲେମ୍ବୁ ଚିପୁଡ଼ି ଦେବେ । ସେଥିରେ ବର୍ଣ୍ଣକୁ ୩୦ ମିନିଟ ରଖନ୍ତୁ । ପରେ ବାହାର କରି ଅଳ୍ପ ସମୟ ଘସିଲେ, ବର୍ଣ୍ଣର ଏକଦମ ପରିଷ୍କାର ହୋଇଯିବ ।
Powered by Froala Editor