ବିମାନ ଦୁର୍ଘଟଣା : ଉଦ୍ଧାର ହେଲା ‘ବ୍ଲାକ୍ବକ୍ସ୍’
ନେପାଳ ବିମାନ ଦୁର୍ଘଟଣା ପରେ ନିଖୋଜ ହୋଇଯାଇଥିବା ଯାତ୍ରୀଙ୍କ ସନ୍ଧାନ ଅଭିଯାନ ପୁଣି ଥରେ ଆରମ୍ଭ ହେବା ବେଳେ ‘ବ୍ଲାକ୍ବକ୍ସ୍’ ପାଇଥିବା ଜଣେ ବିମାନ ବନ୍ଦର ଅଧିକାରୀ କହିଛନ୍ତି। ବିମାନର ବ୍ଲାକବକ୍ସରେ ଦୁର୍ଘଟଣାର ପ୍ରକୃତ କାରଣ ରେକର୍ଡ ହୋଇ ରହିଥାଏ। ତେଣୁ କେଉଁ ପରିସ୍ଥିତିରେ ବିମାନିଟି କ୍ରାଶ କଲା, ତା’ର କାରଣ ଏବେ ଠାବ ହୋଇଥିବା ବ୍ଲାକବକ୍ସରୁ ଜଣାପଡ଼ିବ ବୋଲି ସମସ୍ତେ ଆଶା ରଖିଛନ୍ତି।
ଉଦ୍ଧାର କରାଯାଇଥିବା ‘ବ୍ଲାକ୍ବକ୍ସ’ ଭଲ ଅବସ୍ଥାରେ ଥିବାରୁ ପାଗ ଭଲ ଥିବା ସତ୍ତ୍ବେ ଅବତରଣ ପୂର୍ବରୁ ଦୁଇ ଇଞ୍ଜିନ୍ବିଶିଷ୍ଟ ବିମାନ ‘ଏଟିଆର୍ ୭୨’ କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା ତାହା ନିରୂପଣ କରିବାରେ ତଦନ୍ତକାରୀମାନଙ୍କୁ ସାହାଯ୍ୟ କରିପାରିବ।
କାଠମାଣ୍ଡୁ ବିମାନ ବନ୍ଦର ଅଧିକାରୀ, ଶେର୍ ବାହାଦୁର୍ ଠାକୁର କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ବିମାନର ‘ବ୍ଲାକ୍ବକ୍ସ୍’ ମିଳିଛି। ଆଜି ଉଦ୍ଧାରକାରୀ ଦଳ ସକାଳୁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ବେଳେ ଦୁର୍ଘଟଣାସ୍ଥଳରୁ ବ୍ଲାକବକ୍ସକୁ ଠାବ କରିଛନ୍ତି।
Powered by Froala Editor