ଅତ୍ୟଧିକ ଥଣ୍ଡା ସାଜିଛି ବ୍ରେନ ଷ୍ଟ୍ରୋକର କାରଣ
ସାରା ଓଡ଼ିଶାରେ ଖେଳିଛି ଶୀତର ଲହରୀ । ଅତ୍ୟଧିକ ଶୀତ କାରଣରୁ ବୟସ୍କ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ଯାହା କ୍ରମେ ଚିନ୍ତାର କାରଣ ସାଜିଛି । ଏହି ମୃତ୍ୟୁ ମାନଙ୍କ ମଧ୍ୟରୁ ମୁଖ୍ୟ ହେଉଛି ବ୍ରେନ ହାମରେଜ ଓ ବ୍ରେନ ଷ୍ଟ୍ରୋକ । ଅତ୍ୟଧିକ ଥଣ୍ଡାରେ ବ୍ରେନ ଷ୍ଟ୍ରୋକର କାରଣ ଅଧିକ । ଉତ୍ତର ପ୍ରଦେଶ କାନପୁରରେ ଏହି ମାମଲା ବଢି ଚାଲିଛି । କାନପୁର ହସ୍ପିଟାଲରେ ଗତ କିଛି ଦିନ ବ୍ରେନ ଷ୍ଟ୍ରୋକ ରୋଗୀଙ୍କ ସଂଖ୍ୟା ବଢି ଚାଲିଛି ।
ଏପରିକି ଜଣେ ୧୪ ବର୍ଷର ଶିଶୁ ବ୍ରେନ ଷ୍ଟ୍ରୋକର ଶିକାର ହୋଇ ମୃତ୍ୟୁବରଣ କରିଛି । ତେବେ ଅଧିକ ଥଣ୍ଡା କାରଣରୁ ଅଧିକାଂଶ ଲୋକ ଉଚ୍ଚ ରକ୍ତ ଚାପର ଶିକାର ହେଉଛନ୍ତି । ଯାହା ପରେ ବ୍ରେନ ଷ୍ଟ୍ରୋକର କାରଣ ପାଲଟୁଛି ବୋଲି କହିଛନ୍ତି ସାର ଗଙ୍ଗାରାମ ହସ୍ପିଟାଲ ସିନିୟର ନ୍ୟୁରୋଲୋଜିଷ୍ଟ ଡ. ସିଏସ ଅଗ୍ରଓ୍ଵାଲ ।
ବନ୍ଦ ଘରେ ଓ ଉଚ୍ଚ ସ୍ଥାନରେ ବ୍ରେନ ଷ୍ଟ୍ରୋକର ଆଶଙ୍କା ଅଧିକ । ତେଣୁ ଶୀତଦିନରେ ରକ୍ତଚାପ ଥିବା ଲୋକଙ୍କୁ ସତର୍କ ରହିବାକୁ ପଡିବ ବୋଲି ଡ. ଆଗ୍ରଓ୍ଵାଲ କହିଛନ୍ତି । ଶୀତଦିନରେ କମ ଝାଳ ବାହାରୁଥିବାରୁ ଶରୀରରେ ସୋଡିୟମ ପରିମାଣ ବଢିଯାଏ। ଯାହାଦ୍ୱାରା ରକ୍ତ ଚାପ ବୃଦ୍ଧିପାଏ ।
ଉକ୍ତ ରକ୍ତଚାପ, ମୋଟାପଣ, ଖରାପ ଜୀବନ ଶୈଳୀ, ଅମ୍ଲଜାନ ଅଭାବ ଆଦି କାରଣରୁ ବ୍ରେନ ଷ୍ଟ୍ରୋକ ହେଉଛି । ଶୀତଦିନରେ ଭିଟାମିନ ଡି ଟାବଲେଟ ଖାଇବା ସହ ଅଧିକ ଥଣ୍ଡା ଥିଲେ ମର୍ଣ୍ଣିଂ ଓ୍ଵାକରେ ନଯିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।
Powered by Froala Editor