ଏହି ଟିକେଟ୍ ଥିଲେ ମୋ ବସ୍ରେ ମାଗଣା ଯାତ୍ରା
ଭୁବନେଶ୍ୱର: ହକି ଟିକେଟ୍ ଥିଲେ ମୋ ବସ୍ରେ ମାଗଣା ଯାତ୍ରା କରିପାରିବେ । ଏନେଇ କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପର୍ୟ୍ୟଟନର ବିକାଶ ପାଇଁ ଏକାମ୍ରରେ ହେରିଟେଜ୍ ଅନ୍ ଇ-ରାଇଡ୍ ବ୍ୟବସ୍ଥା କରାଯାଇଛି । କ୍ରୁଟରେ ୧୫ଟି ଇ-ବସ୍ ଚାଲୁଥିବା ବେଳେ ଅତିରିକ୍ତ ୧୦ଟି ବସ୍ ଆଣିବାକୁ ଯୋଜନା ହୋଇଛି ।
ରାଉରକେଲା ଓ ଭୁବନେଶ୍ୱରରେ ଷ୍ଟାଡିୟମକୁ ଆସୁଥିବା ଦର୍ଶକ ହକି ଟିକେଟ ଦେଖାଇଲେ ସେମାନଙ୍କୁ ଯାତ୍ରା ଭଡ଼ା ଦେବାକୁ ପଡିବନି । ୧୩ରୁ ୨୯ ଜାନୁଆରୀ ପର୍ୟ୍ୟନ୍ତ ଏହି ସେବା ପାଇବେ ଦର୍ଶକ । ସେହିପରି ବିଭିନ୍ନ ରୁଟରେ ଏକାଧିକ ବସ୍ ଚଳାଇବାକୁ ଯୋଜନା ହୋଇଛି । ହକି ବିଶ୍ୱକପ୍ ପାଇଁ ଆସୁଥିବା ପର୍ୟ୍ୟଟକଙ୍କୁ ହେରିଟେଜ ଅନ୍ ଇ ରାଇଡର ସୁବିଧା ଯୋଗାଇ ଦିଆଯିବ । ରାଜଧାନୀକୁ ଦେଶବିଦେଶରୁ ଦର୍ଶକ ଆସିଛନ୍ତି । ତେଣୁ ଶ୍ରୀଲିଙ୍ଗରାଜ ସମେତ ଅନ୍ୟ ଦର୍ଶନୀୟ ସ୍ଥାନକୁ ବୁଲି ଆସୁଥିବା ପର୍ୟ୍ୟଟକ ଏହି ସୁବିଧା ପାଇବେ ।
Powered by Froala Editor