ପ୍ରେମିକ ଘରେ ଚାଓମିନ ଦେଖି ବ୍ରେକଅପ୍ କରିଦେଲେ ପ୍ରେମିକା

ପ୍ରେମିକାକୁ ଚାଓମିନ ବିଲକୁଲ ଭଲଲାଗେନି । କିନ୍ତୁ ପ୍ରେମିକର ମା’ ଜାଣିଶୁଣି ବନାଇଥିଲେ ଚାଓମିନ । ଯାହାକୁ ନେଇ ପ୍ରେମିକା ବ୍ରେକ୍ଅପ୍ କରିଦେଇଛି । ଚୀନରେ ଜଣେ ୨୦ବର୍ଷ ବୟସ୍କା ଯୁବତୀ ଏଭଳି କରିଛନ୍ତି।
ସୂଚନା ମୁତାବକ, ଚୀନ୍ର ଦକ୍ଷିଣ-ପଶ୍ଚିମ ପ୍ରଦେଶର ସିଚୁଆନ୍ରେ ଥିବା ସୁକାନ୍ ସିକ୍ସନରେ ଏହି ଅଦ୍ଭୁତ ଘଟଣା ଘଟିଛି। ପ୍ରେମିକା ପ୍ରଥମ ଥର ପାଇଁ ପ୍ରେମିକର ପିତାମାତାଙ୍କୁ ଭେଟିବା ପାଇଁ ଅଢ଼େଇ ଘଣ୍ଟା ଯାତ୍ରା କରିଥିଲେ। ପ୍ରେମିକଙ୍କ ଘରେ ପହଞ୍ଚିବା ମାତ୍ରେ ଖାଦ୍ୟ, ଟେବୁଲ ଉପରେ ଥିବାରୁ ସେ ଖୁସି ହୋଇଯାଇଥିଲେ। ଖାଇବାରେ ୪-୫ପ୍ରକାରର ଖାଦ୍ୟ ଥିଲା। କିନ୍ତୁ ପ୍ରେମିକର ମା’ ଜାଣିଶୁଣି ପ୍ରେମିକା ଖାଇବାକୁ ଭଲପାଉନଥିବା ଖାଦ୍ୟ ତିଆରି କରିଥିବାରୁ ପ୍ରେମିକା ରାଗରେ ସେଠାରୁ ନିଜ ଘରକୁ ଚାଲିଆସିଥିଲେ। ଏହା ପରେ ସେ ପ୍ରେମିକଙ୍କ ସହ ବ୍ରେକ୍ଅପ କରିବାକୁ ଚାହୁଁଥିବା ଜଣାଇଥିଲେ।
Powered by Froala Editor