ରେସିଂ ବେଳେ କାର୍ ରେସରଙ୍କ ମୃତ୍ୟୁ
ଭାରତୀୟ ଜାତୀୟ କାର ରେସିଂ ଚାମ୍ପିଅନସିପରେ ଭେଟେରାନ କାର ରେସର କେଇ କୁମାରଙ୍କର ମୃତ୍ୟୁ ଘଟିଛି। ତାମିଲନାଡୁର ଇରଙ୍ଗାଟୁକୋଟାଇସ୍ଥିତ ମାଡ୍ରାସ ଇଣ୍ଟରନ୍ୟାସନାଲ ସର୍କିଟରେ ଅନୁଷ୍ଠିତ କାର ରେସିଂ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ମାତ୍ର ୫୯ବର୍ଷି ବୟସରେ ତାଙ୍କର ପରଲୋକ ଘଟିଛି । ଟ୍ରାକ୍ରୁ ଖସି ଅନ୍ୟ କାର୍ ସହ ବାଢ଼େଇ ହେଲା କାର୍। ଫଳରେ ଷ୍ଟାର୍ କାର୍ ରେସର୍ଙ୍କ ମୃତ୍ୟୁ ଘଟିଛି।
ମାଦ୍ରାସ ଇଣ୍ଟରନ୍ୟାସନାଲ ସର୍କିଟ୍ରେ ଜିରୋ ଏମ୍ଆର୍ଏଫ୍ ଏମ୍ଏମ୍ଏସ୍ସି ଏଫ୍ଏମ୍ଏସ୍ସିଆଇ ଇଣ୍ଡିଆନ୍ ନ୍ୟାସନାଲ କାର୍ ରେସିଂ ଚାମ୍ପିଅନ୍ସିପ୍ ଚାଲିଥିଲା। ଏହି ସମୟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଏଥିରେ ଷ୍ଟାର୍ ରେସ୍ର କେ.ଇ କୁମାରଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ସମୟର ଲାଇଭ୍ ଫୁଟେଜ ୟୁଟ୍ୟୁବରେ ଷ୍ଟ୍ରିମିଂ ହୋଇଥିଲା।
ଭିଡିଓରୁ ସ୍ପଷ୍ଟ ଜଣାଯାଉଛି କି ଦୁର୍ଘଟଣା କେତେ ଭୟଙ୍କର ଥିଲା । କାରଟି ଅନ୍ୟ ଏକ କାର୍ ସହ ଘଷିହୋଇ କିପରି ଟ୍ରାକରୁ ଖସି ଯାଇଥିଲା । କୁମାରଙ୍କ ବେଗ ଏତେ ଅଧିକ ଥିଲାକି କାରଟି ତାଙ୍କ ବାମ ପଟରୁ ଆସୁଥିବା ଅନ୍ୟ ଏକ କାର ସହିତ ଘଷିହୋଇ ଦୁର୍ଘଟଣାର ସମ୍ମୁଖୀନ ହେଉଛି। ଏପରିକି କାରଟି ଭାଙ୍ଗି ଚୁରମାର୍ ହେଉଥିବା ଭିଡିଓରେ ଦେଖାଯାଉଛି । ଏହା ପରେ ପରେ ତୁରନ୍ତ ରେସ୍ ବନ୍ଦ ହୋଇଗଲା । କେ କୁମାରଙ୍କୁ ଉଦ୍ଧାର କରି ପର୍ଥମେ ନିକଟରେ ଥିବା ମେଡିକାଲରେ ପ୍ରାଥମିକ ଯାଞ୍ଚ ପରେ ଆମ୍ବୁଲାନ୍ସରେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଏଭଳି ଭୟାନକ ଦୁର୍ଘଟଣାରେ ତାଙ୍କ ଅବସ୍ଥା ଗୁରୁତର ହୋଇଯିବାରୁ ସେ ବଞ୍ଚିପାରିଲେ ନାହିଁ । ସେଠାରେ ସେ ପ୍ରାଣ ହରାଇଥିଲେ।
Powered by Froala Editor