ଜ୍ୟାକେଟ୍ ପାଇଁ ନବବିବାହିତାଙ୍କ ଜୀବନ ନେଇଗଲେ

ବିବାହ ପାଇଁ ଡିମାଣ୍ଡ ଥିଲା ଜ୍ୟାକେଟ । କିନ୍ତୁ ମନମୁତାବକ ଜ୍ୟାକେଟ୍ ନମିଳିବାରୁ ନବବିବାହିତାଙ୍କୁ ନିର୍ମମ ଭାବେ ହତ୍ୟା କରିଛି ଜଣେ ଯୁବକ । ଘଟଣା ଘଟିଛି ବିହାରର ମୁଫାସିଲ୍ ଥାନାର ମଙ୍ଗାଇଡିହ ଗାଁରେ । ମୃତକ ଜଣଙ୍କ ହେଉଛି ରିତିକା କୁମାରି।
ବିହାରର ମୁଫାସିଲ ଥାନା ଅଧିନରେ ଥିବା ମଙ୍ଗାଇଡିହ ଗାଁ ରିତିକା ୮ ମାସ ତଳେ ସେହି ଗାଁର ବୁଲବୁଲ ସିଂଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବୁଲବୁଲ ତାଙ୍କୁ ମିଳିଥିବା ଯୌତୁକରେ ସନ୍ତୁଷ୍ଟ ନଥିଲେ । ସେ ଏଥିପାଇଁ ନିୟମିତ ପତ୍ନୀଙ୍କୁ ନିର୍ଯାତନା ଦେଉଥିଲେ । ନିକଟରେ ସେ ପତ୍ନୀଙ୍କୁ ତାଙ୍କ ଘରୁ ଏକ ଦାମୀ ଜ୍ୟାକେଟ୍ ଆଣିବାକୁ କହିଥିଲେ । ତେବେ ରିତିକା ସ୍ୱାମୀଙ୍କ ଦାବୀ ପୁରଣ କରିପାରିନଥିଲେ । ସେଥିପାଇଁ ତାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।
ମୃତକଙ୍କ ମା ଅନିତା ଦେବୀଙ୍କ ଅନୁସାରେ, ବିବାହ ଦିନଠାରୁ ହିଁ କାର ସହ ସବୁ ଜିନିଷ ପାଇଁ ଡିମାଣ୍ଡ କରିବା କରିଥିଲେ ଶ୍ବଶୁର ଘର ଲୋକେ। ତାଙ୍କ ଝିଅର ଜୋରଜବରଦସ୍ତି ମୋବାଇଲ ନମ୍ବର ମଧ୍ୟ ବଦଳାଇ ଦେଇଥିଲେ । ହଠାତ ଦିନେ ରିତିକା ଶାଶୁଙ୍କର ଫୋନ କଲ ଅାସିଥିଲା। ସେ ଜଣାଇଥିଲେ ଯେ, ଝିଅର ସ୍ୱାସ୍ଥ୍ୟ ଭଲ ନାହିଁ, ଶୀଘ୍ର ଆସି ପହଂଚନ୍ତୁ। ପରେ ଝିଅକୁ ଦେଖିଵାକୁ ପାଇ ନଥିଲେ ସେମାନେ। ଶାଶୁ ଘର ଲୋକେ ମିଶି ଝିଅର ତଣ୍ଟି ଚିପି ହତ୍ୟା କରିଥିବା ମା ଅନୀତା ଦେବୀ ଏତଲାରେ ଜଣାଇଥିଲେ।
Powered by Froala Editor