ଆଜି ରାତିରେ ୯୧ ପ୍ରତିଶତ ଉଜ୍ଜଳ ଦେଖାଯିବ ଜହ୍ନ
ନୂଆଦିଲ୍ଲୀ: ଆଜି ରାତିରେ ଚନ୍ଦ୍ର ୯୧ ପ୍ରତିଶତ ଆଲୋକିତ ଦେଖାଯିବ। ଫଳରେ ଜହ୍ନ ଆଲୁଅରେ ରାତି ଅଧିକ ଉଜ୍ଜଳ ଦେଖାଯିବ। ରେଗୁଲସ୍ ନାମକ ତାରାକୁ ଚନ୍ଦ୍ର ଅତିକ୍ରମ କରିବା ବେଳେ ଅଧିକ ଆଲୋକିତ ହେବ। ସେହିପରି ଆସନ୍ତାକାଲି ଅର୍ଥାତ ୧୦ ତାରିଖରେ ମଧ୍ୟ ଜହ୍ନ ୮୪ ପ୍ରତିଶତ ଆଲୋକିତ ଦେଖାଯିବ।
ସୂର୍ୟ୍ୟାସ୍ତ ପରେ ଚନ୍ଦ୍ର ଉଦୟ ବେଳେ ପୂର୍ବ ଆକାଶରେ ଉଜ୍ଜଳ ଜହ୍ନ ରାତିକୁ ଆଲୋକିତ କରିବ। ଆସନ୍ତା ୧୧ ତାରିଖରେ ଦକ୍ଷିଣ ଆକାଶରେ ଦେଖିବାକୁ ମିଳିବ ମଙ୍ଗଳ ଗ୍ରହ। ଗୁରୁବାର ଅର୍ଥାତ ୧୨ ତାରିଖରେ ଏକ ଧୂମକେତୁ ସୂର୍ୟ୍ୟଙ୍କ ପାଖଦେଇ ଅତିକ୍ରମ କରିବ। ଏହି ଧୂମକେତୁ ଉତ୍ତର ଦିଗରେ ଦେଖିବାକୁ ମିଳିବ। ଆସନ୍ତା ୧୪ରେ ଜହ୍ନ ସ୍ପିକା ନାମକ ଉଜ୍ଜଳ ତାରା ପାଖ ଦେଇ ଗତି କରିବା ଯୋଗୁ ଏହା ୪୭ ପ୍ରତିଶତ ଉଜ୍ଜଳ ଦେଖାଯିବ। ଫଳରେ ରାତି ଆଲୋକିତ ହେବ। ସେହିପରି ଦକ୍ଷିଣ ଆକାଶରେ ବୃହସ୍ପତି ଗ୍ରହକୁ ଦେଖିବାକୁ ମିଳିବ। ଏତେସବୁ ମହାଜାଗତିକ ଦୃଶ୍ୟ ଏହି ସପ୍ତାହରେ ରାତି ଆକାଶରେ ଦେଖାଯାଉଥିବାକୁ ଅନ୍ୟ ରାତି ଅପେକ୍ଷା ଏହି ସପ୍ତାହର ରାତି ଟିକିଏ ଅଧିକ ଉଜ୍ଜଳ ଦେଖାଯିବ।
Powered by Froala Editor