ସତର୍କବାଣୀ ଶୁଣାଇଲେ ବୈଜ୍ଞାନିକ: ୬ ମାସ ପରେ ଆସିବ ତୃତୀୟ ଲହର, ସାଂଘାତିକ ହୋଇପାରେ ପ୍ରଭାବ
ଜୁଲାଇ ସୁଦ୍ଧା କୋଭିଡ୍-୧୯ ମହାମାରୀର ଦ୍ବିତୀୟ ପ୍ରବାହ ଶେଷ ହେବ । ଏହାର ୬ ରୁ ୮ ମାସ ମଧ୍ୟରେ ତୃତୀୟ ପ୍ରବାହ ଆସିବ ବୋଲି ଭାରତ ସରକାରଙ୍କ ବିଜ୍ଞାନ ମନ୍ତ୍ରାଳୟ ଅଧୀନ 'ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ' କହିଛି। ଦେଶରେ ଦ୍ୱିତୀୟ ଲହରୀ ଶେଷ ହୋଇନଥିବା ବେଳେ ତୃତୀୟ ଲହରୀ ନେଇ ଚେତାବନୀ ଦେଇଛନ୍ତି ବୈଜ୍ଞାନିକ ।
ବୈଜ୍ଞାନିକମାନେ କହିଛନ୍ତି ଯେ, ମେ ଶେଷ ବେଳକୁ ଦୈନିକ ୧.୫ ଲକ୍ଷ ସଂକ୍ରମଣ ହେବ ଏବଂ ଜୁନ୍ ଶେଷ ବେଳକୁ ଦୈନିକ ସଂକ୍ରମଣ ସଂଖ୍ୟା ୨୦, ୦୦୦ହେବ ।
ଉପରୋକ୍ତ ମଡେଲ୍ ଅନୁସାରେ, ମେ ୨୯ ରୁ ୩୧ ମଧ୍ୟରେ ତାମିଲନାଡୁ ଏବଂ ମେ ୧୯-୨୦ ମଧ୍ୟରେ ପୁଡୁଚେରୀ ସଂକ୍ରମଣ ଶୀର୍ଷରେ ପହଞ୍ଚିବ। ହିମାଚଳ ପ୍ରଦେଶ ମେ ୨୪ ଓ ପଞ୍ଜାବ ମେ ୨୨ରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବାର ସମ୍ଭାବନା ରହିଛି।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁସାରେ, ଜୁଲାଇ ମାସ ପର୍ଯ୍ୟନ୍ତ କରୋନାର ଦ୍ୱିତୀୟ ଲହରୀ ଦୁର୍ବଳ ହୋଇପାରେ ବୋଲି ଆଶା କରାଯାଉଛି । ସେହିପରି ପାଖାପାଖି ୬ରୁ ଆଠ ମାସ ମଧ୍ୟରେ ତୃତୀୟ ଲହରୀ ଆସିବାର ଆଶଙ୍କା ରହିଛି । ସେତେବେଳର ପ୍ରଭାବ ସାମ୍ପ୍ରତିକ ପ୍ରଭାବ ଭଳି ହୋଇପାରେ। ପ୍ରଫେସର ଅଗ୍ରୱାଲ୍ କହନ୍ତି, ସଂକ୍ରମଣ ଆଞ୍ଚଳିକ ସ୍ତରରେ ସୀମିତ ରହିବ। ଟିକାକରଣ ଯୋଗୁଁ ଅନେକ ଲୋକ ପ୍ରଭାବିତ ହେବେନାହିଁ। ଅନ୍ୟୂନ ୨୦୨୧ ଅକ୍ଟୋବର ପର୍ଯ୍ୟନ୍ତ ତୃତୀୟ ପ୍ରବାହ ଆସି ନ ଥିବ।
Powered by Froala Editor