ମୁଁ ଉର୍ଫି ଜାଭେଦଙ୍କୁ ବହୁତ ପସନ୍ଦ କରେ : ହନି ସିଂ

ମଡେଲ ଉର୍ଫି ଜାଭେଦ ଅନନ୍ୟ ଡ୍ରେସିଂ ସେନ୍ସ ପାଇଁ ଜଣାଶୁଣା। କିଛି ଲୋକ ଉର୍ଫିଙ୍କ ଫ୍ୟାଶନକୁ ପସନ୍ଦ କରୁଥିବାବେଳେ ଅନେକ ତାଙ୍କୁ ମଧ୍ୟ ଟ୍ରୋଲ କରନ୍ତି। କିନ୍ତୁ ରାପର ହନି ସିଂ ଉର୍ଫି ଜାଭେଦଙ୍କୁ ପ୍ରଶଂସା କରିଛନ୍ତି।
ଉର୍ଫି ଜାଭେଦଙ୍କ ସହ କେବେ କାମ କରିବେ କି ନାହିଁ ପ୍ରଶ୍ନରେ ସେ କହିଛନ୍ତି, ମୁଁ ନିଶ୍ଚିତ ତାଙ୍କ ସହିତ କାମ କରିବି। ମୁଁ ସେହି ଝିଅକୁ (ଉର୍ଫି ଜାଭେଦ) ବହୁତ ପସନ୍ଦ କରେ। ସେ ବହୁତ ନିର୍ଭିକ । ସେ ନିଜ ଜୀବନକୁ ନିଜ ପଦ୍ଧତିରେ ବଞ୍ଚିବାକୁ ଚାହୁଁଛନ୍ତି। ମୁଁ ଭାବୁଛି ଦେଶର ଝିଅମାନେ ତାଙ୍କଠାରୁ ଶିଖିବା ଉଚିତ୍।
ହନି ତାଙ୍କର ନୂତନ ଆଲବମ ହନି ୩.୦ ପ୍ରମୋଟ କରିବାରେ ବ୍ୟସ୍ତ ଅଛନ୍ତି। ସେ ୨୦୨୨ରେ 'ଭୁଲ ଭୁଲେୟା ୨' ପାଇଁ 'ଦେ ତାଲି' ଗୀତ ରଚନା କରିଥିଲେ।
Powered by Froala Editor