ଏହି କାରଣରୁ ଜନ୍ମ ନିଅନ୍ତି ଯାଆଁଳା ଛୁଆ
ମା’ କୋଳରେ ଛୁଆଟିଏ ଜନ୍ମ ନେବା ଅର୍ଥାତ୍ ଏହା ଭଗବାନ ସୃଷ୍ଟି। ଭଗବାନ ଚାହିଁଲେ ହିଁ ବାପା ମା’ଙ୍କ କୋଳକୁ ସନ୍ତାନଟିଏ ଆସିଥାଏ। ପୁଣି ସେହି ଛୁଆର କୁଆଁ କୁଆଁ ରାବରେ ଘରେ ଏକ ପ୍ରକାର ଖୁସିର ଲହରି ଖେଳିଯାଏ। କିନ୍ତୁ କଥା ହେଲା କି ଆପଣଙ୍କ ମନରେ ବି ଏହି ପ୍ରଶ୍ନ ସବୁବେଳେ ଆସିଥିବ ଯେ କିଛି ମହିଳା କିଭଳି ଏକସଙ୍ଗେ ଏକରୁ ଅଧିକ ପିଲାଙ୍କୁ ଜନ୍ମ ଦିଅନ୍ତି । ଦୁଇ କିମ୍ବା ତିନି ବେଳେବେଳେ ଏହାଠାରୁ ଅଧିକ ସଂଖ୍ୟକ ଛୁଆ ଜନ୍ମ କରିଥିବା ମହିଳାଙ୍କ ଖବର ଆପଣ ଶୁଣିଥିବେ । ଯାହାକୁ ମେଡିକାଲ୍ ଟର୍ମରେ ମଲ୍ଟିପଲ୍ ପ୍ରେଗନେନ୍ସି ମଧ୍ୟ କୁହାଯାଏ । ତେବେ ଏଭଳି କାହିଁକି କିଛି ମହିଳାଙ୍କ କ୍ଷେତ୍ରରେ ଦେଖାଯାଏ ତାହା ଆସନ୍ତୁ ଜାଣିବା ।
କିଭଳି ହୋଇଥାଏ ଟ୍ୱିନ୍ସ ବା ଯାଆଁଳା ଛୁଆ ?
ଆଇଡେଣ୍ଟିକାଲ୍ ଟ୍ୱିନ୍ସ : ଗୋଟିଏ ଅଣ୍ଡାରୁ ଜନ୍ମ ହୋଇଥିବା ଛୁଆଙ୍କୁ ଆଇଡେଣ୍ଟିକାଲ୍ ଟ୍ୱିନ କୁହାଯାଏ । ଏହା ସେତେବେଳେ ହୋଇଥାଏ ଯେତେବେଳେ ଏକ ଅଣ୍ଡକୋଷରୁ ଶୁକ୍ରାଣୁ ଫର୍ଟିଲାଇଜ୍ ହୋଇଥାଏ । ଏହାପରେ ଫର୍ଟିଲାଇଜ୍ ଅଣ୍ଡ ଏକ ବା ଅଧିକ ଭାଗରେ ପ୍ରସାରିତ ହୋଇଯାଏ । ଏହା ଖୁବ୍ କମ୍ ଦେଖାଯାଇଥାଏ । ଏହି ପିଲାଙ୍କ ଚେହେରା ଏବଂ ଶରୀର ଏକ ସମାନ ହେବା ସହ ହାବଭାବ ମଧ୍ୟ ଏକ ହୋଇଥାଏ ।
ଫ୍ରେଟରନାଲ୍ ଟ୍ୱିନ୍ସ : ଭିନ୍ନ ଭିନ୍ନ ଅଣ୍ଡକୋଷରୁ ଜନ୍ମ ନେଇଥିବା ଛୁଆଙ୍କୁ ଫ୍ରେଟରନାଲ୍ ଟ୍ୱିନ୍ସ କୁହାଯାଏ । ଏହା ସେତେବେଳେ ହୋଇଥାଏ ଯେତେବେଳେ ଦୁଇ କିମ୍ବା ଅଧିକ ଅଣ୍ଡକୋଷ ଅଲଗା ଅଲଗା ସ୍ପର୍ମରେ ଫର୍ଟିଲାଇଜ୍ ହୋଇଥାନ୍ତି । ଯଦି ମହିଳାଙ୍କ ଘରେ ପୂର୍ବରୁ ହିଁ ଫ୍ରେଟରନାଲ୍ ପିଲା ରହିଛନ୍ତି ତେବେ ଏହାର ସମ୍ଭାବନା ବଢିଯାଏ । ଅଧିକାଂଶ ଯାଆଁଳା ଛୁଆ ଏହିଭଳି ଜନ୍ମ ହୋଇଥାନ୍ତି । ଏହି ଟ୍ୱିନ୍ସ ଏକ ଭଳି ବି ଦେଖାଯାନ୍ତି ଏବଂ ଭିନ୍ନ ବି ଦେଖାଯାନ୍ତି ।
କାହିଁକି ଯାଆଁଳା ଛୁଆ ଜନ୍ମ ନିଅନ୍ତି ?
ଯାଆଁଳା ଛୁଆ ଜନ୍ମ ହେବା ପାଇଁ ଅନେକ କାରଣ ଥିଲେ ମଧ୍ୟ ଏଥିରୁ ୪ ଟି ପ୍ରମୁଖ କାରଣ ଉପରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
୧ . ଫର୍ଟିଲିଟି ଟ୍ରିଟମେଣ୍ଟ : ଯେଉଁ ମହିଳାମାନେ ଆଇଭିଏଫ୍ ର ସାହାରା ନେଇଥାନ୍ତି କିମ୍ବା ଫର୍ଟିଲିଟି ମେଡିସିନ୍ ଖାଇଥାନ୍ତି ସେମାନଙ୍କ ଠାରେ ଯାଆଁଳା ଛୁଆ ଜନ୍ମ ହେବାର ସମ୍ଭାବନା ବଢିଯାଇଥାଏ ।
୨ . ପରିବାର ଇତିହାସ : ପୂର୍ବରୁ ମହିଳାଙ୍କ ପରିବାରରେ ମା,ଭଉଣୀ,ଜେଜେମାଙ୍କ ଠାରେ ଯଦି ଏଭଳି ଯାଆଁଳା ଛୁଆ ଜନ୍ମ ହୋଇଥାନ୍ତି ତେବେ ମହିଳାଙ୍କ ଠାରେ ମଧ୍ୟ ଯାଆଁଳା ଛୁଆ ଜନ୍ମ ହେବାର ସମ୍ଭାବନା ବଢିଯାଏ । ମହିଳା ଅଣ୍ଡାକୋଷ ସୃଷ୍ଟି କରୁଥିବାରୁ ପରିବାରରେ ମା’ ଭଉଣୀଙ୍କ ଜିନ୍ସ ତାଙ୍କ ପାଖକୁ ଚାଲିଆସିଥାଏ ।
୩ . ଜୀବନଶୈଳୀ : ଆମିଷ ତଥା ଫ୍ୟାଟ୍ ଜାତୀୟ ଖାଦ୍ୟ ଖାଉଥିବା ମୋଟା ମହିଳାଙ୍କଠାରେ ଯାଆଁଳା ଛୁଆ ହେବାର ସମ୍ଭାବନା ଅଧିକ ଥାଏ ।
୪ . ବୟସ : ୩୦ ରୁ ୪୦ ବର୍ଷୀୟା ମହିଳାଙ୍କ ଠାରେ ଯାଆଁଳା ଛୁଆ ହେବାର ସମ୍ଭାବନା ଅଧିକ ଥାଏ । ଡାକ୍ତରଙ୍କ କହିବାନୁସାରେ ବୟସ ଅଧିକ ହୋଇଗଲେ ଓଭାରୀର ସନ୍ତୁଳନରେ ଚେଞ୍ଜ ଆସେ ଏବଂ ଯାଆଁଳା ଛୁଆ ଜନ୍ମ ହେବାର ସମ୍ଭାବନା ବଢିଯାଏ ।
Powered by Froala Editor