ସନ୍ଧ୍ୟା ସମୟରେ ଦାନ କରନ୍ତୁନି ଏହି ଜିନିଷ

ହିନ୍ଦୁ ଧର୍ମରେ ଦାନର ଖୁବ୍ ମହତ୍ତ୍ୱ ରହିଛି। ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଦାନ ଧର୍ମ ଦ୍ୱାରା ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ। ଭାରତୀୟ ସଂସ୍କୃତିରେ ପ୍ରାଚୀନ କାଳରୁ ଦାନ କରିବାର ପରମ୍ପରା ରହିଛି। ଦାନ କରିବା ଦ୍ୱାରା ବ୍ୟକ୍ତିଙ୍କୁ ଶୁଭଫଳ ପ୍ରାପ୍ତି ହୋଇଥାଏ। ସଭିଁଙ୍କୁ କିଛି ପରିମାଣରେ ଦାନ କରିବା ଉଚିତ୍। ମାତ୍ର ବାସ୍ତୁ ଅନୁଯାୟୀ, ସୂର୍ୟ୍ୟାସ୍ତ ପରେ ଏପରି କିଛି ଜିନିଷ ରହିଛି ଯାହାର ଦାନ କରିବା ଆଦୌ ଉଚିତ ନୁହେଁ ଏପରିକି କେହି ମାଗିଲେ ମଧ୍ୟ ଏହା ଦେବା ଉଚିତ ନୁହେଁ। ଏହି ଜିନିଷକୁ ସୂର୍ୟ୍ୟାସ୍ତ ପରେ ଦାନ ଦେବା ଦ୍ୱାରା ଘରୁ ସୁଖସମୃଦ୍ଧି ଯିବା ସହ ଆର୍ଥିକ ସମସ୍ୟା ଲାଗି ରହିଥାଏ। ଜାଣନ୍ତୁ..
ଶାସ୍ତ୍ର ଅନୁଯାୟୀ, ସନ୍ଧ୍ୟା ସମୟରେ କ୍ଷୀର, ଦହି ଦାନ କରିବା କିମ୍ବା ଅନ୍ୟ କେହି ମାଗିଲେ ଦେବା ଦ୍ୱାରା ଅଶୁଭ ହୋଇଥାଏ। କ୍ଷୀର ଓ ଦହିର ରଙ୍ଗ ଧଳା। ଏହାର ସମ୍ବନ୍ଧ ଚନ୍ଦ୍ରଙ୍କ ସହ ରହିଛି। କ୍ଷୀର ସହ ମା’ଲକ୍ଷ୍ମୀ ମଧ୍ୟ ଜଡିତ ବୋଲି ମାନ୍ୟତା ରହିଛି। ସୂର୍ୟ୍ୟାସ୍ତ ପରେ ଏହା ଦାନ ଦେବା ଦ୍ୱାରା ଘରୁ ସୁଖସମୃଦ୍ଧି ଦୂରେଇ ଯାଏ। ଆର୍ଥିକ କ୍ଷେତ୍ରରେ ସମସ୍ୟା ସହ ଅଭାବ ଲାଗି ରହିଥାଏ। ଘରକୁ ଦରିଦ୍ରତା ଆସିଥାଏ।
କ୍ଷୀର କିମ୍ବା ଦହି ବ୍ୟତୀତ ସନ୍ଧ୍ୟା ସମୟରେ ହଳଦୀ ଦାନ କରିବା ମଧ୍ୟ ଅଶୁଭ ଅଟେ। ବିଶେଷ କରି ଗୁରୁବାର ଦିନ। ହଳଦୀଙ୍କ ସମ୍ବନ୍ଧ ଗୁରୁଙ୍କ ସହ ଜଡିତ ବୋଲି କୁହାଯାଏ। ହଳଦୀ ଦାନ କରିବା ଦ୍ୱାରା ଗୁରୁ ଗ୍ରହ ଦୁର୍ବଳ ହୋଇଥାଆନ୍ତି। ଫଳରେ ଜୀବନରେ ସମସ୍ୟା ଓ ଘରେ ଅଶାନ୍ତି ଲାଗି ରହେ।
ସେହିପରି ଶାସ୍ତ୍ର ଅନୁଯାୟୀ, ସୂର୍ୟ୍ୟାସ୍ତ ପରେ କୌଣସି ବ୍ୟକ୍ତି ବିଶେଷଙ୍କୁ ଧନ ଦାନ ଦିଅନ୍ତୁ ନାହିଁ। କାରଣ ସନ୍ଧ୍ୟା ସମୟରେ ମା’ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ତେଣୁ ଏହି ସମୟରେ ଧନ ଦାନ କରିବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ଫଳରେ ଘରେ ଦରିଦ୍ରତା ଆସିଥାଏ। ଧନସମ୍ପତ୍ତିର ଅଭାବ ହୋଇଥାଏ। ସେହିପରି ସୂର୍ୟ୍ୟାସ୍ତ ପରେ ପିଆଜ ଓ ରସୁଣ ମଧ୍ୟ କାହାରିକୁ ଦିଅନ୍ତୁ ନାହିଁ।
Powered by Froala Editor