କାହିଁକି ପାଣିରେ ଭାସେ ଶବ ?

କିଛିଦିନ ପୂର୍ବେ ବିହାର ଓ ଉତ୍ତରପ୍ରଦେଶର ନଦୀରେ ବହୁ ଲୋକଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ସେଥିପାଇଁ ଆଖପାଖ ଅନେକ ଅଂଚଳରେ ସମ୍ବେଦନଶୀଳତା ଦେଖାଯାଇଥିଲା । କିନ୍ତୁ କେବେ ଭାବିଛନ୍ତି ଜୀବନ୍ତ ବ୍ୟକ୍ତି କାହିଁକି ପାଣିାର ବୁଡିଯାଆନ୍ତି, ମୃତ ଶରୀର କାହିଁକି ପାଣିରେ ଭାସେ । ଯେତେବେଳେ ଆପଣ ବୁଡିଯାଆନ୍ତି, ଉପରେ ଭାସିବାକୁ ବଳପ୍ରୟୋଗ କରି ପହଁରିଥାନ୍ତି । କନ୍ତୁ ମୃତ ଅବସ୍ଥାରେ ବିନା କୌଣସି ବଳପ୍ରୟୋଗ ରେ ପାଣିରେ ଭାସିଥାନ୍ତି । କାରଣ ଜଳରେ ଭାସୁଥିବା ଯେକୌଣସି ଜିନିଷ ଏହାର ଘନତା ଓ ସେହି ବସ୍ତୁ ଦ୍ୱାରା ବାହାର କରାଯାଇଥବା ଜଳ ଉପରେ ନିର୍ଭର କରେ । ଉଚ୍ଚ ସନ୍ଦ୍ରତା ସାମଗ୍ରୀ ପାଣିରେ ବୁଡିଯାଏ । ଜୀବନ୍ତ ମଣିଷର ଘନତା ଜଳର ଘନତାଠାରୁ ଅଧିକ । ପାଣିରେ ବୁଡିଯିବା ସମୟରେ ଫୁସଫୁସରେ ବହୁ ପରିମାଣର ପାଣି ଭରିଯାଏ । ସେଥିପାଇଁ ଜଣେ ବ୍ୟକ୍ତି ମରିଯାଏ । ବୈଜ୍ଞାନିକ ମତ ଅନୁସାରେ ଯେକୌଣସି ବସ୍ତୁ ଜଳରେ ବୁଡିଯାଏ ଯେତେବେଳେ ଏହାର ଓଜନ ସହିତ ସମାନ ଜଳ ବାହାର କରିବାରେ ଅସମର୍ଥ ହୋଇଥାଏ । ଯଦି ବସ୍ତୁ ଦ୍ୱାରା ବାହାର କରାଯାଇଥିବା ଜଳର ଓଜନ କମ ହୁଏ ବସ୍ତୁଟିଏ ପାଣିରେ ଭାସିଥଏ । ଯଦି କୌଣସି ବ୍ୟକ୍ତି ମରିଯାଏ, ତାହେଲେ ଶରୀର ଭିତରେ ଗ୍ୟାସ ଉପôାଦନ ହେତୁ ଶରୀର ଫୁଲିବା ଆରମ୍ଭ କରେ ଏହି କାରଣରୁ ଶରୀରର ଆକାର ବଢିଯିବାରୁ ଶରୀରର ଘନତା କମିଥାଏ । ଏଥିପାଇଁ ଶବଟିଏ ପାଣିରେ ଭାସିଥାଏ ।
Powered by Froala Editor