ହିରାବେନଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନଙ୍କ ଶୁକ୍ରବାର ପରଲୋକ ଘଟିଛି। ଅହମ୍ମଦାବାଦର ୟୁଏନ ମେହେତା ହସ୍ପିଟାଲରେ ସକାଳ ୩ଟା ୩୦ରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ହିରାବେନଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ହୀରାବେନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ନବୀନ ଟ୍ଵିଟ୍ କରି ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ମାଆଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଶୋକ ସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା।
ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରା ବେନ୍ ଆଉ ନାହନ୍ତି । ରାତି ପ୍ରାୟ ୩.୩୦ରେ ମୋଦିଙ୍କ ମା’ ହୀରା ବେନ୍ଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା । ଗତ ଜୁଲାଇ ମାସରେ ହିଁ ସେ ନିଜର ୧୦୦ ତମ ଜନ୍ମ ଦିନ ପାଳନ କରିଥିଲେ ।
ବୁଧବାର ହୀରା ବେନ୍ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଗୁଜରାଟର ଅହମଦାବାଦରେ ଥିବା ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦୁଇ ଦିନ ତାଙ୍କର ଚିକିତ୍ସା କରାଯାଇଥିଲେ ମଧ୍ୟ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ସେ ।
ଏବାବଦରେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିସୂଚନା ଦେଇଛନ୍ତି । ସେ ଟିବିଟ କରି କହିଛନ୍ତି ସେହିପରି ମା’ଙ୍କୁ ହରାଇ ସେ ଭାଙ୍ଗି ପଡିଛନ୍ତି । ମୋଦି କହିଛନ୍ତି, “ଈଶ୍ୱରଙ୍କ ଚରଣରେ ସୁନ୍ଦର ଶତାବ୍ଦୀର ବିରାମ । ମା’ ଭିତରେ ମୁଁ ସବୁବେଳେ ତ୍ରିମୂର୍ତ୍ତିର ଅନୁଭବ କରିଛି, ଯାହା ଭିତରେ ଗୋଟିଏ ତପସ୍ୱୀର ଯାତ୍ରା, ସ୍ୱାର୍ଥହୀନ କର୍ମଯୋଗୀର ପ୍ରତୀକ ଓ ମୂଲ୍ୟ ପ୍ରତି ପ୍ରତିବଦ୍ଧ ଜୀବନ ସମାହିତ ରହିଛି ।” ଆଉ ଏକ ଟ୍ୱିଟରେ ମୋଦି କହିଛନ୍ତି, “ମୁଁ ଯେତେବେଳେ ତାଙ୍କୁ ୧୦୦ତମ ଜନ୍ମଦିନରେ ଭେଟିଥିଲି ସେତେବେଳେ ସେ ଗୋଟିଏ କଥା କହିଥିଲେ, ସେହି କଥା ମୋର ସବୁବେଳେ ମନେ ରହିବ । ସେ କହିଥିଲେ ଯେ ବୁଦ୍ଧିମତାର ହୋଇ କାମ କର ଓ ପବିତ୍ର ଜୀବନ ସହ ବଂଚି ରୁହ ।”
Powered by Froala Editor