ମୋଦି ସରକାର ଲାଇଟେନିଂ ସ୍ପିଡରେ କାମ କରୁଛନ୍ତି: ଧର୍ମେନ୍ଦ୍ର
ଭୁବନେଶ୍ୱର: ଭୁବନେଶ୍ୱର ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ୟ୍ୟକ୍ରମ ହୋଇଛି । ଭୁବନେଶ୍ୱର ଷ୍ଟେସନ ଭୂମିପୂଜନ ଉତ୍ସବରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମୋଦି ସରକାର ଲାଇଟେନିଂ ସ୍ପିଡରେ କାମ କରୁଛନ୍ତି। ଭଦ୍ରକକୁ ଏକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଉ ବୋଲି ଧାମନଗର ବିଧାୟକ ସୁରଜ ସୂର୍ୟ୍ୟ ବଂଶୀ ଦାବି କରିଥିଲେ। ସେ ପ୍ରସ୍ତାବ ଦେବାର ଦେଢ଼ ଘଣ୍ଟା ପରେ ଦାବି ପୂରଣ ହୋଇଛି।
ସେ ଆହୁରି କହିଛନ୍ତି, ଆଗରୁ ଆମ ଖଣି ଖାଦାନରୁ ଦିଲ୍ଲୀ ପୁଞ୍ଜିପତିଙ୍କ ପକେଟ ଭରୁଥିଲା। ଏବେ ଖଣି ନିଲାମ ଟଙ୍କା ରାଜଧାନୀରେ ରହୁଛି। ମାତ୍ର ଏହି ଟଙ୍କା ଆଦିବାସୀ ଓ ଦଳିତଙ୍କ ପାଖକୁ ଯାଉଛି ନା ନାହିଁ ଜଣାନାହିଁ। DMFରେ ବର୍ଷକୁ ୧୫ ହଜାର କୋଟି ମିଳୁଛି। ମୋଦିଙ୍କ ପୂର୍ବରୁ ଶୂନ ଥିଲା। ଶୁଭାରମ୍ଭ ହେବାକୁ ଥିବା ସମ୍ବଲପୁର-ହାୱାଡା ଟ୍ରେନକୁ ମହିମା ଗୋସାଇଁ ନାଁରେ କରିବାକୁ ସେ ନିଜ ଅଭିଭାଷଣରେ ଦାବି କରିବା ସହ ଭୁବନେଶ୍ୱରକୁ ସିଲଭର ସିଟି କରିବାକୁ ଲକ୍ଷ୍ୟ ରହିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।
ଭୁବନେଶ୍ୱର ରେଲୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ ପାଇଁ ଏହି କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୂମି ପୂଜନ କରିଥିଲେ। ଏହି କାର୍ୟ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ସୁର ରାଉତରାୟ ଓ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ଥିଲେ।
Powered by Froala Editor