ଭୁବନେଶ୍ୱର ଷ୍ଟେସନ ଭୂମିପୂଜନ ଉତ୍ସବରେ ଯୋଗଦେଇ ଏହା କହିଲେ ଅପରାଜିତା
ଭୁବନେଶ୍ୱର: ଭୁବନେଶ୍ୱର ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ୟ୍ୟକ୍ରମ ହୋଇଛି । ଭୁବନେଶ୍ୱର ଷ୍ଟେସନ ଭୂମିପୂଜନ ଉତ୍ସବରେ ଯୋଗଦେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ବହୁ ଦିନର ସ୍ୱପ୍ନ ସାକାର ହେବାକୁ ଯାଉଛି। ଏହାକୁ ସ୍ପପ୍ନ ପୂର୍ତ୍ତି ଦିବସ କହିବା। ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରୀ ହେବାର ଦୁଇ ଦିନ ପରେ ସାକ୍ଷାତ କରି ଭୁବନେଶ୍ୱର ଷ୍ଟେସନର ନବକଳେବର ପାଇଁ ଦାବି କରିଥିଲି। ୨୦୨୨-୨୩ରେ ମଞ୍ଜୁରୀ ପରେ ଟେଣ୍ଡର ସରି ୱାର୍କର ଅର୍ଡର ମିଳି ସାରିଛି। କାମ କିପରି କ୍ଷୀପ୍ର ଗତିରେ ହୁଏ ଏହା ତାହାର ପ୍ରମାଣ। ଜଗନ୍ନାଥଙ୍କ ରଥକୁ ଏକା କେହି ଟାଣନ୍ତି ନାହିଁ। ସମସ୍ତେ ମିଶିକି ଟାଣନ୍ତି ବୋଲି ଅପରାଜିତା କହିଛନ୍ତି।
କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଭୁବନେଶ୍ୱର ରେଳ ଷ୍ଟେସନ୍ର ମାଷ୍ଟରକ୍ୟାଣ୍ଟିନ୍ ଓ ୬ ନମ୍ବର ଗେଟ୍କୁ ଅଧିକ ସୁଗମ ସହ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ କରାଯିବ। ପ୍ରତିଦିନ ଦେଢ଼ ଲକ୍ଷ ଯାତ୍ରୀଙ୍କ ଯା’ଆସ ପାଇଁ ବ୍ୟବସ୍ଥା ହେବ। ମାଷ୍ଟରକ୍ୟାଣ୍ଟିନ୍ ପଟ ମୁଖ୍ୟ ପ୍ରବେଶ ପଥରେ ୬ ମହଲା ଓ ୪ ମହଲା ଦୁଇଟି କୋଠା ହେବ। ଫୁଟ୍ ଓଭରବ୍ରିଜ୍, Escalator, ଲମ୍ବା ଚଉଡ଼ା ପ୍ଲାଟଫର୍ମ ସମେତ ଯେପରି ବିମାନବନ୍ଦରରେ ସୁବିଧା ଥାଏ ସେ ସବୁ ଭୁବନେଶ୍ୱର ରେଳ ଷ୍ଟେସନ୍ରେ କରାଯିବ।
Powered by Froala Editor