ଆଜି ନନ୍ଦନକାନନ ପାଳିବ ୬୩ତମ ପ୍ରତିଷ୍ଠା ଦିବସ
ବାରଙ୍ଗ: ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଳିବ ୬୩ତମ ପ୍ରତିଷ୍ଠା ଦିବସ । ୧୯୬୦ ମସିହା ଡିସେମ୍ବର ୨୯ ତାରିଖରେ ପ୍ରତିଷ୍ଠା ହୋଇଥିଲା ଏହି ପ୍ରାଣୀ ଉଦ୍ୟାନ । ବିଗତ ୬୨ବର୍ଷରେ ପ୍ରାଣୀ ଉଦ୍ୟାନରେ ବହୁ ପରିବର୍ତ୍ତନ ହୋଇଛି । କିଛି ପୁରୁଣା ଜୀବଜନ୍ତୁଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ନୂଆ ଜୀବଜନ୍ତୁଙ୍କୁ ମଧ୍ୟ ଅଣାଯାଉଛି । ପ୍ରାଣୀ ଉଦ୍ୟାନକୁ ରାଜ୍ୟ ବାହାରୁ ଏବଂ ବିଦେଶରୁ ମଧ୍ୟ ବହୁ ପର୍ୟ୍ୟଟକ ଆସୁଛନ୍ତି । ଏଠାରେ ୩ପ୍ରକାର (ଧଳା,ସାଧାରଣ ରଙ୍ଗ ଓ ମେଲନାଷ୍ଟିକ) ବାଘ,୪ ପ୍ରକାରର (ବାଘ, ସିଂହ, ଭାଲୁ ଓ ତୃଣଭୋଜୀ) ସଫାରୀ ରହିଛି । ଯାହା ପର୍ୟ୍ୟଟକଙ୍କୁ ଅଧିକ ଆକର୍ଷିତ କରୁଛି ।
ଏବେ ପ୍ରାଣୀ ଉଦ୍ୟାନର ସ୍ଥାନକୁ ଚନ୍ଦକା ଜଙ୍ଗଲକୁ ବୃଦ୍ଧି କରାଯାଇ ଖୋଲା ଜଙ୍ଗଲ ସଫାରୀ ନିର୍ମାଣ କାର୍ୟ୍ୟ ଆଗେଇ ଚାଲିଛି । ସେଠାରେ ବାଘ,ଭାଲୁ ଓ ସିଂହମାନେ ଖୋଲାରେ ବିଚରଣ କରିବେ । ପର୍ୟ୍ୟଟକ ଗାଡିରେ ବୁଲି ସେମାନଙ୍କୁ ଦେଖିବାର ସୁଯୋଗ ପାଇବେ । ତେବେ ପ୍ରତିଷ୍ଠା ଦିବସରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟଅତିଥି ଭାବେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି । ଶିଶୁ ଉଦ୍ୟାନ, ପ୍ରାଣୀ ଶିଶୁ ଯତ୍ନ ଗୃହ, ପ୍ରାଣୀ ଚିକିତ୍ସାଳୟର ଅପରେସନ କକ୍ଷ ଲୋକାର୍ପିତ ହେବ । କ୍ଷୁଦ୍ରସ୍ତନ୍ୟପାୟୀ ପ୍ରାଣୀ ଖୁଆଡ଼ରେ ନୂଆ ଆସିଥିବା ମିର୍କ୍ୟାଟ୍କୁ ଛଡ଼ାଯିବ । ନନ୍ଦନକାନନର ଏକ ପୁସ୍ତିକା, କ୍ୟାଲେଣ୍ଡର ଉନ୍ମୋଚନ ସହ ଓ କିଛି କର୍ମଚାରୀଙ୍କୁ ସମ୍ମାନିତ କରାଯିବାର ମଧ୍ୟ କାର୍ୟ୍ୟକ୍ରମ ରହିଛି ।
Powered by Froala Editor