ହାଇକୋର୍ଟ ବେଞ୍ଚ୍ ଆନ୍ଦୋଳନ ଘଟଣା: ଗିରଫ ଆଇନଜୀବୀଙ୍କୁ ଭେଟିଲେ ବିଜେପିର ପ୍ରତିନିଧି ଦଳ
ସମ୍ବଲପୁର : ହାଇକୋର୍ଟ ବେଞ୍ଚ୍ ଆନ୍ଦୋଳନ ଘଟଣା। ସମ୍ବଲପୁରରେ ବିଜେପିର ୮ ଜଣିଆ ପ୍ରତିନିଧି ଦଳ। ଗତ ୧୨ ତାରିଖରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସମୟରେ ଘଟିଥିବା ଅଭାବନୀୟ ପରିସ୍ଥିତିର ଅନୁଧ୍ୟାନ ପାଇଁ ସମ୍ବଲପୁରରେ ବିଜେପିର ପ୍ରତିନିଧି ଟିମ୍ ପହଞ୍ଚିଛନ୍ତି। ସମ୍ବଲପୁରରେ ପହଞ୍ଚିବା ପରେ ଏହି ପ୍ରତିନିଧି ଦଳ ମଣ୍ଡଳ କାରାଗାରକୁ ଯାଇ ଗିରଫ ହୋଇଥିବା ଆଇନଜୀବୀଙ୍କୁ ଭେଟିଛନ୍ତି।
ଏହାପରେ ଓକିଲ ସଙ୍ଘର ଅନ୍ୟ କର୍ମକର୍ତ୍ତା, ବିଭିନ୍ନ ସଙ୍ଗଠନ ଓ ପୁଲିସ ଆଇଜିଙ୍କୁ ଭେଟି ବିଜେପି ଟିମ୍ ଆଲୋଚନା କରିବ ବୋଲି ସୂଚନା ପ୍ରଦାନ କରାଯାଇଛି। ଏହି ଟିମ୍ରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ, ବିଧାୟକ ନାଉରି ନାୟକ, ଭବାନୀ ଶଙ୍କର ଭୋଇ, କୁସୁମ ଟେଟେ, ମୁକେଶ ମହାଲିଙ୍ଗ, ସୁବାସ ପାଣିଗ୍ରାହୀ ରହିଛନ୍ତି
Powered by Froala Editor