ଏହି ଲୋକଙ୍କ ପାଇଁ କଳା ଗାଜର ରାମବାଣ

ଶୀତଦିନେ ମୁଖ୍ୟତଃ ବିଭିନ୍ନ ଖାଦ୍ୟ ପ୍ରସ୍ତୁତିରେ ଗାଜର ବ୍ୟବହାର ହୋଇଥାଏ। କେହି କେହି ଏହାକୁ ସାଲାଡ୍ ରୂପେ ମଧ୍ୟ ଖାଇ ଥାଆନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗାଜରକୁ ନିଜ ଡାଏଟ୍ରେ ସାମିଲ କରିବା ଦ୍ୱାରା ଶରୀରକୁ ଅନେକ ପ୍ରକାରର ଫାଇଦା ମିଳିଥାଏ। ଏଥିରେ ଥିବା ଭିଟାମିନ୍-ଏ ଆଖିର ଉଜ୍ଜ୍ୱଳତାକୁ ବଢ଼ାଇଥାଏ। ଶୀତଦିନେ ଗାଜର ଖାଇବା ଶରୀର ପାଇଁ ବହୁତ ହିତକାରୀ ହୋଇଥାଏ।
ଭିଟାମିନ୍-ଏ, ଭିଟାମିନ୍-ସି, ମାଙ୍ଗାନିଜ୍, ଭିଟାମିନ୍-ବି, ଫାଇବର ଏବଂ ପୋଟାସିୟମ୍ ସମେତ ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି। ଶୀତ ଋତୁରେ ମିଳୁଥିବା ଏହି କଳା ଗାଜର ଅନ୍ୟ ଗାଜର ତୁଳନାରେ ବହୁତ ଲାଭ ପ୍ରଦାନ କରିଥାଏ। କୋଷ୍ଠକାଠିନ୍ୟରେ ପୀଡ଼ିତ ରୋଗୀଙ୍କ ପାଇଁ କଳା ଗାଜର କୌଣସି ରାମବାଣଠାରୁ କମ୍ ନୁହେଁ।
ଜାଣନ୍ତୁ କଳା ଗାଜରର ଫାଇଦା
-ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ହେଲା, ଶୀତଦିନେ କଳା ଗାଜର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇଥାଏ। ଏହାକୁ ସେବନ କରିବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଏଥିରେ ଥିବା ଫାଇବର ପାଚନ ତନ୍ତ୍ରକୁ ମଜଭୁତ କରିଥାଏ। ଏଥି ସହିତ ଏହା ପେଟ ଯନ୍ତ୍ରଣା, ଗ୍ୟାସ୍ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଏହା ଆପଣଙ୍କ ଶରୀରର ମେଟାବଲିଜମ୍କୁ ବଢ଼ାଇ ବଡି ଫ୍ୟାଟ୍କୁ କମାଇବାରେ ସାହାଯ୍ୟ କରିଥାଏ।
-କଳା ଗାଜରରେ ଏନ୍ଥୋସାୟନିନ୍ ଅଧିକ ମାତ୍ରାରେ ରହିଛି, ଯାହାକି ହୃଦୟ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। କଳା ରଙ୍ଗର ଗାଜର ରକ୍ତରେ ଥିବା ଅଶୁଦ୍ଧ ଉପାଦାନକୁ ସଫା କରି ରକ୍ତ ପ୍ରବାହକୁ ଭଲ କରିଥାଏ। ଗାଜର ଜୁସ୍ ଶରୀରରେ ରକ୍ତର ମାତ୍ରାକୁ ବଢ଼ାଇଥାଏ।
-ଡାଇବେଟିସ୍ ସମସ୍ୟାରେ ପୀଡ଼ିତ ଲୋକଙ୍କ ପାଇଁ କଳା ଗାଜର ରାମବାଣ ଭଳି କାମ କରିଥାଏ। ଏହାଦ୍ୱାରା ବ୍ଲଡ୍ ସୁଗାର ଲେବଲ କଣ୍ଟ୍ରୋଲରେ ରହିଥାଏ ଏବଂ ସୁଗାରର ବିପଦ କମି ଯାଇଥାଏ।
-ଡାକ୍ତରମାନେ ମଧ୍ୟ କଳା ଗାଜର ସେବନ କରିବା ଉପରେ ଜୋର୍ ଦେଉଛନ୍ତି। ଏହାକୁ ଖାଇଲେ ଆଖିର ଦୃଷ୍ଟି ଶକ୍ତି ବଢ଼ିଥାଏ। ଯଦି ଆପଣ ଚଷମାରୁ ଛୁଟକାରା ପାଇବାକୁ ଚାହୁଁଛନ୍ତି, ତା’ ହେଲେ ଆଜି ହିଁ ଗାଜର ଖାଇବା ଆରମ୍ଭ କରି ଦିଅନ୍ତୁ।
Powered by Froala Editor