ବାରମ୍ବାର ବାରମ୍ବାର ଜିତିବା ପରେ ଅହଂକାର ବଢ଼ି ଯାଇଥିଲା, ପ୍ରଭୁ ଶିକ୍ଷା ଦେଲେ: ସୌମରଞ୍ଜନ

ପୁରୀ: ବିଜେଡିର ପ୍ରତିଷ୍ଠା ଦିବସରେ ନିଜ ଦଳକୁ ତେରଛା ବାଣ ମାରିଛନ୍ତି ବିଜେଡି ବିଧାୟକ ସୌମରଞ୍ଜନ ପଟ୍ଟନାୟକ। ଧାମନଗର ଉପ ନିର୍ବାଚନରେ ଦଳକୁ ଶିକ୍ଷା ମିଳିଲା। ବାରମ୍ବାର ବାରମ୍ବାର ଜିତିବା ପରେ ଅହଂକାର ବଢ଼ି ଯାଇଥିଲା। ପ୍ରଭୁ ଜଗନ୍ନାଥ ଆମକୁ ଶିକ୍ଷା ଦେଲେ।
ସେ କହିଛନ୍ତି, ଧାମନଗର ଯେଉଁ ପରାଜୟ ହେଲା ସେଠାରୁ ବିଜେଡିକୁ ଶିକ୍ଷା ମିଳିଲା। ମଝିରେ ମଝିରେ ଅତିବେଶି ସଫଳତା ମଣିଷକୁ ଅହଂକାରୀ କରିଦିଏ। ତୁମେ ସବୁବେଳେ ଜିତୁଛ ବୋଲି ଭାବ ନାହିଁ, ତୁମେ ଯାହା ପାରିବ ତାହା କରିବ ବୋଲି ଜଗନ୍ନାଥ ଆମକୁ ଶିକ୍ଷା ଦେଲେ। ସଫଳତାରେ ଅହଂକାର କର ନାହିଁ ବୋଲି ଧାମନଗର ପରାଜୟ ଆମକୁ ଶିକ୍ଷା ଦେଇଛି। କୃତଜ୍ଞତା ପ୍ରକାଶ କରି ପୁଣି ଆଗେଇ ଚାଲ। ଅହଂକାର ଛାଡ଼ିଲୁ ବୋଲି ପଦ୍ମପୁର ଉପନିର୍ବାଚନରେ ଜିତିଲୁ ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।
ସୌମ୍ୟ ଆହୁରି କହିଛନ୍ତି, ଆଜି ହେଉଛି ବିଜେଡିର ସଂକଳ୍ପର ଦିବସ। ଆସନ୍ତା ୨୫ ବର୍ଷ ଭିତରେ ଓଡ଼ିଶା ଯେପରି ସାରା ଭାରତର ସବୁଥିଲେ ଆଗରେ ରହିଥିବା। ଜଗନ୍ନାଥ ଆମକୁ ବହୁତ କିଛି ଦେଇଛନ୍ତି। ତାହା ସଦବିନିଯୋଗ କରି ବିଭିନ୍ନ କାର୍ୟ୍ୟ ହାସଲ କରିବାକୁ ଚେଷ୍ଟା କରିବା।
Powered by Froala Editor