୧୦ ବର୍ଷ ପୂର୍ବରୁ ଆଧାର ହୋଇଥିଲେ, କରନ୍ତୁ ଅପଡେଟ
ଡେସ୍କ: ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ ୧୦ ବର୍ଷ ପୂର୍ବରୁ ବିତରଣ କରାଯାଇଥିବା ଆଧାର ପରିଚୟ ପତ୍ରରେ ଥିବା ତଥ୍ୟକୁ ଆବଶ୍ୟକ ମତେ ଅପଡେଟ କରିବା ଲାଗି କହିଛି। ଉଭୟ ଅନଲାଇନ କିମ୍ବା ନିକଟସ୍ଥ ଆଧାର କେନ୍ଦ୍ରରେ ଏହି ତଥ୍ୟ ଅପଡେଟ କରାଯାଇ ପାରିବ। ଅନଲାଇନ ଜରିଆରେ ଆବଶ୍ୟକ ପ୍ରାମାଣିକ ଦସ୍ତାବିଜ ଅପଲୋଡ଼ କରି ଏହି ଅପଡେଟ କରାଯାଇପାରିବ। ଦେଶରେ ସାର୍ବଜନୀନ ପରିଚୟ ପତ୍ର ଭାବେ ବ୍ୟବହାର ହେଉଥିବା ଆଧାର ପରିଚୟ ପତ୍ର ୧୧୦୦ଟି ସରକାରୀ ଯୋଜନାରେ ବ୍ୟବହାର ହେଉଥିବା ବେଳେ ୩୧୯ଟି କେନ୍ଦ୍ରୀୟ ଯୋଜନାରେ ଆଧାର ନିର୍ଦ୍ଧାରିତ ସେବା ମିଳିପାରୁଛି।
Powered by Froala Editor