ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ କେ.ଆର ସନ୍ତୋଷିନୀ

ଭୁବନେଶ୍ୱର: ଓଡ଼ିଆ ଝିଅ କେ.ଆର ସନ୍ତୋଷିନୀ ହୋଇଛନ୍ତି ମିସ୍ ଇଣ୍ଡିଆ । କଲକାତାରେ ମିଶନ ଡ୍ରିମ ପକ୍ଷରୁ ଆୟୋଜିତ ମିସ୍ ଇଣ୍ଡିଆ । ପ୍ରତିଯୋଗିତାରେ ଦେଶର ୫୦ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ସେ ଏହି ବିଜୟ ମୁକୁଟ ପିନ୍ଧିଛନ୍ତି । ମିଶନ ଡ୍ରିମ ପକ୍ଷରୁ ଦେଶର ପ୍ରତି ରାଜ୍ୟରେ ଅଡିସନ ହୋଇଥିଲା । ଅଡିସନରେ ପ୍ରତି ରାଜ୍ୟରୁ ଦୁଇଜଣ ଲେଖାଏଁ ପ୍ରତିଯୋଗୀ ଜାତୀୟସ୍ତରକୁ ମନୋନୀତ ହୋଇଥିଲେ । ଓଡ଼ିଶାରେ ଅନୁଷ୍ଠିତ ଅଡିସନରେ କେ.ଆର ସନ୍ତୋଷିନୀ ଭଲ ପ୍ରଦର୍ଶନ କରି ଜାତୀୟସ୍ତରକୁ ମନୋନୀତ ହୋଇଥିଲେ ।
ଡିସେମ୍ବର ୨୩ ଓ ୨୪ ଦୁଇଦିନ ଧରି କଲକାତାରେ ମିଶନ ଡ୍ରିମ ମିସ୍ ଇଣ୍ଡିଆ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ ପର୍ଯ୍ୟାୟ ହୋଇଥିଲା । ଏଥିରେ ଟ୍ୟାଲେଣ୍ଟ, କଷ୍ଟୁ୍ୟମ ଓ କୁଇଜ ଆଦି ପର୍ଯ୍ୟାୟରେ ଉନ୍ନତ ପ୍ରଦର୍ଶନ କରି ସଫଳତା ପାଇଛନ୍ତି । ସେ ଆୟୁର୍ବେଦରେ ଡାକ୍ତରୀ ପାଠ ପଢ଼ୁଥିବା ବେଳେ ଏଥିପାଇଁ ପ୍ରତିଦିନ ଅଭ୍ୟାସ ଜାରି ରଖିଥିଲେ । ତାଙ୍କ ପିତା ବିଶ୍ୱଜିତ ଓଡ଼ିଶା ଖଣି ନିଗମରେ କାର୍ଯ୍ୟରତ ।
Powered by Froala Editor