କାଳ ସାଜିଛି ପ୍ରଦୂଷଣ, କୋଟିଏ ଜୀବଜନ୍ତୁ ମୃତ

ଜୀବଜଗତ ପାଇଁ କାଳ ସାଜିଛି ପ୍ରଦୂଷଣ । କେବଳ ପ୍ରଦୂଷଣ ଯୋଗୁଁ କୋଟିଏରୁ ଉଦ୍ଧ୍ୱର୍ ଜୀବଜନ୍ତୁଙ୍କ ମୃତୁ୍ୟ ଘଟିଛି । ଗଣନାରୁ ଜଣା ପଡ଼ୁଛି ପ୍ରଦୂଷଣ ମୃତୁ୍ୟ ସଂଖ୍ୟା ଭିତରେ ମାଛଙ୍କ ସଂଖ୍ୟା ସର୍ବାଧିକ । କେବଳ ଇଣ୍ଡୋନେସିଆ କାଜାକ୍ସ୍ତାନ, ଆମେରିକା, ଅଷ୍ଟ୍ରେଲିଆର ସମୁଦ୍ର ଉପକୂଳରେ ପ୍ରାୟ ୪ଶହ ଟନରୁ ଉଦ୍ଧ୍ୱର୍ ମାଛ ମରି ପଡିଥିଲେ । ସେହିପରି ନେଦରଲ୍ୟାଣ୍ଡ, ଭାରତ, ନ୍ୟୁଜଲ୍ୟାଣ୍ଡ, କାନାଡ଼ା ଓ ଆମେରିକାରେ ସର୍ବାଧିକ ପକ୍ଷୀ ମୃତ୍ୟୁ ଘଟିଛି ।
ଏହା ବ୍ୟତୀତ ବ୍ରାଜିଲ ଏବଂ ପ୍ରବଳ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ଅଷ୍ଟ୍ରେଲିଆରେ ସର୍ବାଧିକ ଗୃହପାଳିତ ପଶୁ, ଇଣ୍ଡୋନେସିଆ ଓ ମେକ୍ସିକୋରେ ସର୍ବାଧିକ ସାମୁଦ୍ରିକ କଇଁଛ, ଫିଲିଫାଇନ୍ସରେ ସର୍ବାଧିକ ଘୁଷୁରି, ଜିମ୍ବାୱେରେ ସର୍ବାଧିକ ହାତୀ, ତାଇୱାନରେ ସର୍ବାଧିକ ବତକ, ଚୀନ, ଆମେରିକା ଓ ବ୍ରାଜିଲ ଉପକୂଳରେ ସର୍ବାଧିକ ଡଲଫିନଙ୍କ ମୃତ୍ୟୁ ଘଟିଛି । ଏହାର କୌଣସି ଉଚିତ ସମାଧାନ ନହେଲେ ଜୀବଜଗତ ଓ ମନୁଷ୍ୟ ସମାଜ ପାଇଁ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ।
Powered by Froala Editor