ବସ୍ତା ଭିତରେ ମୃତଦେହ

କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଏରେଣ୍ଡେଇ ନିକଟ ବୈତରଣୀ ନଦୀ ସିନ୍ଦୁରଗୌରୀ ଘାଟରୁ ଏକ ଅଜଣା ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।
ସୂଚନାରୁ ପ୍ରକାଶ ଏରେଣ୍ଡେଇ ସ୍ଥାନୀୟ ଲୋକ ଶନିବାର ଜାଲ ନେଇ ମାଛ ଧରିବା ଯାଇଥିବା ବେଳେ ଏକ ପ୍ଲାଷ୍ଟିକ ବସ୍ତା ବନ୍ଧା ହୋଇ ପାଣିରେ ଭାସୁଥିବା ଦେଖି ଥିଲେ।ବସ୍ତା ବନ୍ଧା କୁ ସନ୍ଦେହ କରି ପାଟଣା ଅଗ୍ନିଶମ ବିଭାଗ ଓ ପୋଲିସ କୁ ଖବର ଦେଇ ଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଉଦ୍ଧାର କରିବା ପରେ ସେଥିରେ ଏକ ବ୍ୟକ୍ତି ଙ୍କ ମୃତଦେହ ଥିବା ଜଣାପଡିଥିଲା। ପାଟଣା ଥାନା ଅଧିକାରୀ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରି ଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ନଥିଲା। ମୃତ୍ୟୁ ର କାରଣ ଏବଂ ପରିଚୟ ଜଣାପଡି ନଥିଲେ ମଧ୍ୟ ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ମୃତ ବ୍ୟକ୍ତି ଙ୍କ ଶରୀର କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ସଂରକ୍ଷିତ ରଖି ପରିଚୟ ପାଇଁ ରଖାଯିବ ବୋଲି ଜଣାପଡିଛି ।
Powered by Froala Editor