ଔଷଧର ଘୋର ଅଭାବ, ଚୀନକୁ ଯୋଗାଇବ ଭାରତ
ନୂଆଦିଲ୍ଲୀ: ଚୀନରେ ଏବେ କରୋନାର ତୃତୀୟ ଲହର ଆସିଛି । ଦୈନିକ ଲକ୍ଷ ଲକ୍ଷ ଲୋକ କରୋନା ସଂକ୍ରମିତ ଭାବେ ଚିହ୍ନଟ ହେଉଛନ୍ତି । ଏସବୁ ଭିତରେ ମେଡିକାଲରେ କରୋନା ସଂକ୍ରମିତଙ୍କ ପାଇଁ ବେଡ ମିଳୁନାହିଁ କି ଔଷଧର ଘୋର ଅଭାବ ଦେଖିବାକୁ ମିଳିଛି । ବିନା ଔଷଧରେ ଲୋକମାନେ ଛଟପଟ ହେଉଛନ୍ତି । ଏସବୁ ଅସୁବିଧା ଭିତରେ ଭାରତ ଚୀନକୁ ଔଷଧ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛି ।
ଭାରତ ଚୀନକୁ ଔଷଧ ଯୋଗାଇବାକୁ ନିଷ୍ପତ୍ତି ନେଇଛି । ଏନେଇ ଭାରତର ଔଷଧ ରପ୍ତାନୀ ବିଭାଗର ଅଧ୍ୟକ୍ଷ ଗୁରୁବାର ଦିନ କହିଛନ୍ତି କି, ସାରା ବିଶ୍ୱରେ ସବୁଠାରୁ ବଡ ଔଷଧ ପ୍ରସ୍ତୁତକାରୀ ଦେଶ ଭାରତ ତରଫରୁ କରୋନା ସହ ଲଢେଇ କରୁଥିବା ଚୀନକୁ ସହାୟତା ଦେବାକୁ ନିଷ୍ପତ୍ତି ହୋଇଛି । ଭାରତ ତରଫରୁ ଚୀନକୁ ଜ୍ୱର ଔଷଧ ଯୋଗାଇ ଦିଆଯିବ ।
ସେପଟେ କରୋନାର ତୃତୀୟ ଲହର ଆସିବା ପରେ ଚୀନରେ ଔଷଧ ସଂକଟ ଦେଖିବାକୁ ମିଳିଛି । ଅର୍ଡର ପୁରା କରିବାକୁ ଔଷଧ କମ୍ପାନୀମାନେ ସେମାନଙ୍କ କର୍ମଚାରୀଙ୍କୁ ଓଭର ଡ୍ୟୁଟିରେ ଲଗାଇ ଦେଇଛନ୍ତି । ଚୀନ ସରକାରଙ୍କ ତରଫରୁ ଜ୍ୱର ଓ ଘୋଳାବିନ୍ଧା ଔଷଧ ରୋଗୀଙ୍କୁ ମାଗଣାରେ ଯୋଗାଇ ଦେବାକୁ ଘୋଷଣା କରିଛି । ସେପଟେ ଭାରତ ତରଫରୁ ଚୀନକୁ ଜ୍ୱର ଔଷଧ ରପ୍ତାନୀ କରିବାକୁ ଅନୁମତି ଦେଇଛି । ଫାର୍ମାସ୍ୟୁଟିକାଲ ଏକ୍ସପର୍ଟ ପ୍ରମୋସନ କାଉଁସିଲ ଅଫ୍ ଇଣ୍ଡିଆର ଚେୟାରପର୍ସନ ସାହିଲ ମୁଞ୍ଜାଲ ଗଣମାଧ୍ୟମକୁ କହିଛନ୍ତି କି ଇବ୍ରୁପ୍ରୋଫେନ ଓ ପରାସିଟାମଲ ଭଳି ଔଷଧ ତିଆରି କରୁଥିବା ଭାରତୀୟ କମ୍ପାନୀଙ୍କ ନିକଟକୁ ଚୀନରୁ ଅର୍ଡର ଆସିବାରେ ଲାଗିଛି ।
Powered by Froala Editor