ଶୀତରେ ଖାଆନ୍ତୁ ସୁପର ଫୁଡ଼....
ଭାରତୀୟ ଖାଦ୍ୟ ବିଶେଷଜ୍ଞ ଦଳ ଆମ ଦେଶୀ ଜଳବାୟୁକୁ ଅନୁଧ୍ୟାନ କରି କେତୋଟି ଶୀତଦିନିଆ ଖାଦ୍ୟ ବିଷୟରେ ଜଣାଇଛନ୍ତି । ଏଗୁଡ଼ିକୁ ‘ଶୀତରେ ସୁପର ଫୁଡ଼’ ନାମ ଦିଆଯାଇଛି ।
- ଦେଶୀ ଘିଅକୁ ଗରମ ଡ଼ାଲି ନଚେତ ପରଟାରେ ଲଗାଇ ଖାଇଲେ ଶରୀରକୁ ଶକ୍ତି ମିଳେ । ତା’ ସହ ଦେଶୀ ଘିଅ ଖାଇଲେ ଶୀତରେ ହେଉଥିବା ଶୁଷ୍କ ତ୍ୱଚାର ସମସ୍ୟା ଦୂରେଇ ଯାଏ ।
- ଏ ଋତୁରେ ପ୍ରତିଦିନ ଗୋଟିଏ ଅଁଳା ଖାଇଲେ ବି ଶରୀରକୁ ପୋଷଣ ମିଳୁଥିବା ବିଶେଷଜ୍ଞ କହିଛନ୍ତି ।
- ମେଥି, ପାଳଙ୍ଗ ଶାଗ ତରକାରି କିମ୍ବା ପରଟା ପ୍ରସ୍ତୁତ କରି ନିୟମିତ ଭାବେ ଶୀତରେ ଖାଆନ୍ତୁ ।
- ଭିଟାମିନ ସି ଓ କେ ଯୁକ୍ତ ଖାଦ୍ୟ ଶୀତରେ ଖାଇଲେ ହାଡ଼ଗୋଡ଼ ମଜବୁତ ହୁଏ ।
Powered by Froala Editor