ବିଦେଶରେ ହୁ ହୁ ବଢୁଛି କରୋନା: କଟକଣା ମାନିବାକୁ ଆଇଏମଏ ପକ୍ଷରୁ ପରାମର୍ଶ
ନୂଆଦିଲ୍ଲୀ: କରୋନା ପୁଣି ଡରାଇଲାଣି । ଯେଉଁଥି ପାଇଁ ତୁରନ୍ତ କୋଭିଡ କଟକଣା ନିୟମ ମାନିବାକୁ ଆଇଏମଏ ପକ୍ଷରୁ କୁହାଯାଇଛି । ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ କରୋନା ନିୟମ ମାନିବାକୁ କୁହାଯାଇଛି । ଗତ ୨୪ ଘଣ୍ଟାରେ ବିଦେଶରେ ହୁ ହୁ ଆକ୍ରାନ୍ତ ବଢୁଥିବାରୁ ଆଇଏମଏ ପକ୍ଷରୁ ଏଭଳି ପରାମର୍ଶ ଦିଆଯାଇଛି ।
ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ଓ ନିୟମିତ ହାତ ଧୋଇବାକୁ ପରାମର୍ଶ । ଗତ ୨୪ ଘଣ୍ଟାରେ କିଛଇ ପ୍ରମୁଖ ଦେଶରେ ୫.୩୭ ଲକ୍ଷ ନୂଆ ଆକ୍ରାନ୍ତ ଠାବ କରାଯାଇଛି । ଭାରତରେ ମଧ୍ୟ ଗତ ୨୪ ଘଣ୍ଟାରେ ୧୪୫ ଜଣ ଆକ୍ରାନ୍ତ ଠାବ ହୋଇଛନ୍ତି । ୧୪୫ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଚୀନ ଭ୍ୟାରିଆଣ୍ଟ ବିଏଫ.୭ରେ ୪ ଜଣ ଚିହ୍ନଟ ହୋଇଛନ୍ତି ।
ଦେଶରେ ଓମିକ୍ରନର ବିଏଫ୍.୭ ପ୍ରଜାତି ଚିହ୍ନଟ ହେବା ପରେ ଆକ୍ସନରେ ସରକାର । ଆଜି କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅପରାହ୍ଣରେ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ କରିବେ । ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ସମେତ ସ୍ୱାସ୍ଥ୍ୟ ସଚିବ ମଧ୍ୟ ଉପସ୍ଥିତ ରହିବେ ।
ଦେଶରେ ଦେଖା ଦେଇଥିବା ନୂଆ ଭାରିଆଂଟ ନେଇ ମୋଦୀ ଆଲୋଚନା କରିବେ । ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଦେଶରେ କରୋନା ସ୍ଥିତର ସମୀକ୍ଷା କରିଥିଲେ । ସେହିପରି ଆଜି ଅନେକ ରାଜ୍ୟ ସରକାର କରୋନା ସ୍ଥିତି ନେଇ ବୈଠକ କରୁଛନ୍ତି । ଦିଲ୍ଲୀ, ଉତରପ୍ରଦେଶ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାର ବୈଠକ କରୁଛନ୍ତି ।
Powered by Froala Editor