ଝିଅ ପାଇଁ ଏକାଠି ହେଲେ ରାଜୀବ-ଚାରୁ

ସୁସ୍ମିତା ସେନ୍ଙ୍କ ଭାଇ ରାଜୀବ ସେନ କିଛି ଦିନ ହେଲା ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚାରେ ଅଛନ୍ତି । ହେଲେ ରାଜୀବଙ୍କ ପତ୍ନୀ ଚାରୁ ଏକ ବ୍ଲଗ୍ ସେୟାର କରିଛନ୍ତି ଯେଉଁଥିରେ ସେ ଝିଅ ଜିଆନା ଓ ରାଜୀବଙ୍କ ସହ ନଜର ଆସିଛନ୍ତି । ରାଜୀବ ଜିଆନାଙ୍କୁ ଭେଟିବାକୁ ଚାହୁଁଥିଲେ। ଏଥିପାଇଁ ଚାରୁ ଝିଅଙ୍କୁ ନେଇ ରାଜୀବଙ୍କ ଘରକୁ ଆସିଥିବା ବ୍ଲଗରେ କହିଛନ୍ତି। ଭିଡିଓରେ ଜିଆନା ବାପାଙ୍କ ସହ ସମୟ ବିତାଇ ଖୁସି ଥିବା ଦେଖାଯାଉଛି।
ଚାରୁ-ରାଜୀବ ଟେଲିଭିଜନଜଗତର ସବୁଠାରୁ ଚର୍ଚ୍ଚିତ ଯୋଡ଼ି ମଧ୍ୟରୁ ଜଣେ। ଦୁହେଁ ସାର୍ବଜନିକ ଭାବେ ବୈବାହିକ ଜୀବନର କଳିଝଗଡ଼ାକୁ ସାମ୍ନାକୁ ଆଣିଥିଲେ। ତେବେ ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ଦୁହିଁଙ୍କୁ ଅଲଗା ନ ହେବାକୁ ପରାମର୍ଶ ଦେଉଛନ୍ତି। ଉଭୟ ପରସ୍ପର ସହ ବହୁତ ଭଲ ଲାଗନ୍ତି। ଏଣୁ ପୁନର୍ବାର ଅଲଗା ହେବାର ନିଷ୍ପତ୍ତି ଉପରେ ବିଚାର କରନ୍ତୁ ବୋଲି ଅନେକ କହୁଛନ୍ତି।
Powered by Froala Editor