ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲା ପଢ଼ିବେ ଶ୍ରୀମଦ୍ ଭଗବତ ଗୀତା

ଷଷ୍ଠ ଏବଂ ସପ୍ତମ ଶ୍ରେଣୀରେ ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ଏକାଦଶ ତଥା ଦ୍ୱାଦଶ ସଂସ୍କୃତ ପାଠ୍ୟପୁସ୍ତକରେ ଏହାର ଶ୍ଲୋକ ସାମିଲ କରାଯିବ । ଏନେଇ ସୋମବାର ଦିନ ଲୋକସଭାକୁ ସୂଚନା ଦିଆଯାଇଛି ।
ଶିକ୍ଷା ରାଜ୍ୟ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି, ଆନ୍ତଃବିଭାଗୀୟ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ ୨୦୨୦ ମସିହାରେ ଅଖିଳ ଭାରତୀୟ ଜ୍ଞାନ ପ୍ରଣାଳୀ (ଆଇକେଏସ) ଡିଭିଜନ ପ୍ରତିଷ୍ଠା କରିଛି । ଆଇକେଏସର ସମସ୍ତ ଦିଗ ଉପରେ ଗବେଷଣା, ପରବର୍ତ୍ତୀ ଅନୁସନ୍ଧାନ ଏବଂ ସାମାଜିକ ପ୍ରୟୋଗ ପାଇଁ ଆଇକେଏସ୍ ଜ୍ଞାନକୁ ସଂରକ୍ଷଣ ଏବଂ ବିସ୍ତାର କରିବାର ଲକ୍ଷ୍ୟ ରହିଛି । ସେ କହିଛନ୍ତି ଯେ ଏହି ଶତାବ୍ଦୀରେ ଜ୍ଞାନ ଶକ୍ତି ବଢ଼ାଇବାକୁ ହେଲେ ଆମକୁ ଆମର ଐତିହ୍ୟକୁ ବୁଝିିବାକୁ ପଡ଼ିବ । ତେଣୁ ଏନସିଆରଟି ପାଠ୍ୟପୁସ୍ତକରେ ଶ୍ରୀମଦ୍ ଭଗବଦ୍ ଗୀତା ସାମିଲ କରାଯିବ ।
Powered by Froala Editor