ସରିଲା ଲଢ଼େଇ : ମୁକୁଳିଲେ ଅଧିକାରୀ, ଟଳିଲେ ୩୩ ଆତଙ୍କୀ
ଦୀର୍ଘ ୫୦ ଘଣ୍ଟାର ଘମାଘୋଟ ଲଢ଼େଇ ପରେ ଆତଙ୍କୀଙ୍କ କବଳରେ ଥିବା ଅଧିକାରୀଙ୍କୁ ମୁକୁଳାଇଛି ପାକିସ୍ତାନ ସେନା। ଏହି ମାରାଥନ ଅପରେସନରେ ୩୩ ଜଣ ଆତଙ୍କୀ ନିହତ ହୋଇଛନ୍ତି। ସେହିପରି ଅପରେସନରେ ସାମିଲ ଥିବା ଦୁଇ ଜଣ ସ୍ପେଶାଲ ଫୋର୍ସ ଯବାନଙ୍କ ଜୀବନ ଯାଇଛି। ଆତଙ୍କୀଙ୍କ ଲଢ଼େଇ କରିବା ବେଳେ ଆଉ ୧୫ ଜଣ ଯବାନଙ୍କ ଦେହରେ ଗୁଳି ମଧ୍ୟ ବାଜିଛି। ସେମାନେ ଏବେ ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରକ୍ଷା ମନ୍ତ୍ରୀ ଖ୍ୱାଜା ଅସିଫ ସଂସଦରେ ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ରବିବାର ପାକିସ୍ତାନର ଖାୟବର ପାଖତୁନଖ୍ୱାର ବାନୁରେ ଥିବା ଆତଙ୍କବାଦ ନିରୋଧ କେନ୍ଦ୍ର(ସିଟିଡି)କୁ ସ୍ଥାନୀୟ ତାଲିବାନ ଆତଙ୍କବାଦୀମାନେ କବଜା କରି ନେଇଥିଲେ। ସେମାନେ ସେଠାରେ ଥିବା ସୁରକ୍ଷାକର୍ମୀ ଓ ଅଧିକାରୀମାନଙ୍କୁ ପଣବନ୍ଦୀ କରିଥିଲେ। ଏପରିକି ୧୬ ମୌଲବୀ ମଧ୍ୟ ଟିଟିପି ଆତଙ୍କବାଦୀଙ୍କୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଶୁଣି ନଥିଲେ ।
ଏହି ଆତଙ୍କବାଦୀଙ୍କୁ ପାକ ସେନା ଘେରାଉ କରିବା ପରେ ସେମାନେ ଆଫଗାନିସ୍ତାନ ଯିବା ପାଇଁ ହେଲିକପ୍ଟର ମାଗିଥିଲେ । ସେନା କିନ୍ତୁ ଏଥିରେ ରାଜି ହୋଇ ନ ଥିଲେ । ପାକିସ୍ତାନର ସବୁଠାରୁ ସୁରକ୍ଷିତ ସ୍ଥାନରେ ପ୍ରବେଶ କରି ଟିଟିପି ଆତଙ୍କବାଦୀ ସେମାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ । ଏଥିସହ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଉପୁଜିଥିବା ବିବାଦ ଆହୁରି ଉଗ୍ର ରୂପ ଧାରଣ କରିଛି । ଏହାପରେ ଆରମ୍ଭ ହୋଇଥିବା ଘମାଘୋଟ ଲଢ଼େଇ।
Powered by Froala Editor