ପରସ୍ପର ସହିତ ପିଟି ହେଲେ ୪୬ ଗାଡ଼ି, ୯ମୃତ ୯୦ ଆହତ
କାନପୁର: ଉତ୍ତରପ୍ରଦେଶରେ ସୋମବାର ଘନ କୁହୁଡ଼ି ଯୋଗୁଁ ୬ଟି ଜିଲ୍ଲାରେ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୪୬ ଗାଡ଼ି ପରସ୍ପର ସହିତ ପିଟି ହୋଇ କ୍ଷତିଗ୍ରସ୍ତ ହୋଇଛି । ଏହି ସିରିଜ ଦୁର୍ଘଟଣାରେ ୯ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୯୦ଜଣ ଆହତ ହୋଇଛନ୍ତି । ୧୦ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ରାଜ୍ୟର କାନପୁର, ଅଲିଗଡ଼, ଔରେୟା, ମୈନପୁରୀ, ଉନ୍ନାଓ ଏବଂ ହାପୁଡ଼ରେ ଏହି ସଡ଼କ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି ।
ଅଲିଗଡ଼ରେ ୨୫ଟି ଗାଡ଼ି ପରସ୍ପର ସହିତ ପିଟି ହୋଇଥିବାବେଳେ ଔରାୟାରେ ୭ଟି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଉଭୟ ସ୍ଥାନରେ ଯଥାକ୍ରମେ ୩ ଓ ୨ଜଣ ପ୍ରାଣ ହରାଇଛନ୍ତି । ବିଳମ୍ବିତ ରାତି୧ଟାରୁ ସକାଳ ୮ଟା ମଧ୍ୟରେ ଏହିସବୁ ଦୁର୍ଘଟଣା ଘଟିଥିଲା । ଏହାଯୋଗୁ ଗାଡ଼ି ଗୁଡ଼ିକ ଅଚଳ ହୋଇ ରାସ୍ତା ଅବରୋଧ କରିଥିଲା । ଫଳରେ ଘଣ୍ଟା ଘଣ୍ଟା ଧରି ଯାତାୟତରେ ସମସ୍ୟା ଉପୁଜିଥିଲା ।
Powered by Froala Editor