ଆଜି ଶେଷ ହେବ ଅର୍ଚ୍ଚନା ନାଗଙ୍କ ରିମାଣ୍ଡ ଅବଧି

ଭୁବନେଶ୍ବର : ଅର୍ଚ୍ଚନା ନାଗଙ୍କ ଇଡି ରିମାଣ୍ଡ ଅବଧି ଆଜି ଶେଷ ହେବ। ବିଶେଷସୂତ୍ରରୁ ମିଳିଥିବା ଖବର ମୁତାବକ ଶ୍ରଦ୍ଧାଞ୍ଜଳି ଇଡି ଅଧିକାରୀମାନଙ୍କୁ କହିଛନ୍ତି ଯେ ସେକ୍ସଟର୍ସନର ମୁଖ୍ୟ ହେଉଛନ୍ତି ଅର୍ଚ୍ଚନା ଓ ଖଗେଶ୍ବର ପାତ୍ର। ଦୁହେଁ ରାଜନେତା, ଫିଲ୍ମ ପ୍ରଯୋଜକ, ବିଲଡର ଓ ହୋଟେଲ ବ୍ୟବସାୟୀମାନଙ୍କୁ ଘରକୁ ଡାକି ନଗ୍ନ ଭିଡିଓ ସୁଟିଂ କରୁଥିଲେ। ପରେ ଅର୍ଚ୍ଚନା ସେହି ଭିଡିଓ ଦେଖାଇ ବ୍ଲାକମେଲ୍ କରୁଥିଲେ।
ସେହିପରି ଜଗବନ୍ଧୁଙ୍କୁ ମଧ୍ୟ ଇଡି ମାରାଥନ ଜେରା ଜାରି ରଖିଛି। ଯଦି ଶ୍ରଦ୍ଧାଞ୍ଜଳିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି, ତେବେ ଇଡି ତାଙ୍କୁ କାହିଁକି ଗିରଫ କରୁନାହିଁ ବୋଲି ପ୍ରଶ୍ନ ଉଠୁଛି। ଏ ସମ୍ପର୍କରେ ଇଡିର ଜଣେ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ।
Powered by Froala Editor