ଭାରତ ପାଖରେ ପ୍ରର୍ଯ୍ୟାପ୍ତ ଖାଦ୍ୟ ଭଣ୍ଡାର ରହିଛି
ଜନସାଧାରଣଙ୍କର ଆବଶ୍ୟକତା ପୂରଣ ପାଇଁ ଜାରି ରହିଥିବା କଲ୍ୟାଣକାରୀ ଯୋଜନା ଲାଗି ଭାରତ ପାଖରେ ପ୍ରର୍ଯ୍ୟାପ୍ତ ଖାଦ୍ୟ ଭଣ୍ଡାର ରହିଛି । ଶନିବାର କେନ୍ଦ୍ର ସରକାର ଏଭଳି କହିଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅତିରିକ୍ତ ଆବଣ୍ଟନର ଆବଶ୍ୟକତା ପୂରଣ କରିବା ପାଇଁ କୌଣସି ସମସ୍ୟା ନାହିଁ।
ଜାନୁୟାରୀ ପହିଲା ୨୦୨୩ ସୁଦ୍ଧା ବଳକା ଖାଦ୍ୟଶସ୍ୟ ମାନଦଣ୍ଡ ଅନୁଯାୟୀ ୧୩୮ଏଲଏମଟି ଗହମ ଓ ୭୬ଏଲ୍ ଏମଟି ଚାଉଳର ଆବଶ୍ୟକତା ରହିଥିବାବେଳେ ଏହି ସମୟ ସୁଦ୍ଧା ୧୫୯ଏଲଏମଟି ଗହମ ଓ ୧୦୪ ଚାଉଳ ଉପଲବ୍ଧ ହେବ । ଡସେମ୍ବର ୧୫ ସୁଦ୍ଧା ପ୍ରାୟ ୧୮୦ ଏଲଏମଟି ଗହମ ଓ ୧୧୧ ଏଲ୍ଏମଟି ଚାଉଳ କେନ୍ଦ୍ରୀୟ ପୁଲରେ ଉପଲବ୍ଧ ରହିଛି ।
ଅକ୍ଟୋବର ପହିଲା ୨୦୨୨ ସୁଦ୍ଧା ପ୍ରାୟ ୨୨୭ଏଲଏମଟି ଗହମ ଓ ୨୦୫ ଏଲଏମଟି ଚାଉଳ ମହଜୁଦ ଥିବାବେଳେ ଏହାର ମହଜୁଦ ସୀମା ସେହି ସମୟ ସୁଦ୍ଧା ୨୦୫ଏଲଏମଟି ଗହମ ଓ ୧୦୩ ଏଲଏମଟି ଚାଉଳ ରହିଛି । ଜାନୁୟାରୀ ପହିଲା ୨୦୨୩ ସୁଦ୍ଧା ମହଜୁଦ ସୀମାଠାରୁ ଅଧିକ ଖାଦ୍ୟଶସ୍ୟ ଉପଲବ୍ଧ ହେବ ।
ଗତବର୍ଷ କମ୍ ଉତ୍ପାଦନ ଓ ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟରୁ ଅଧିକ ଦରରେ ଗହମ ବିକ୍ରି କରିଥିଲେ ମଧ୍ୟ ଦେଶରେ ଆଗାମୀ ଗହମ ଉତ୍ପାଦନ ପର୍ଯ୍ୟନ୍ତ କେନ୍ଦ୍ରୀୟ ପୁଲରେ ଦେଶର ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ଯଥେଷ୍ଟ ଗହମ ଗଚ୍ଛିତ ଥିବା ସରକାର ପ୍ରକାଶ କରିଛନ୍ତି।
Powered by Froala Editor