ସାମ୍ବାଦିକଙ୍କ ଆକାଉଣ୍ଟ୍ ଅଚଳ କଲା ଟ୍ୱିଟର
‘ଟ୍ୱିଟର’ ପ୍ରତିଦ୍ବନ୍ଦ୍ବୀ ମାଷ୍ଟୋଡନ୍ ଏବଂ ‘ସିଏନ୍ଏନ୍’, ‘ଦି ୱାସିଂଟନ୍ ପୋଷ୍ଟ୍’, ‘ଦି ନ୍ୟୁୟର୍କ ଟାଇମ୍ସ୍’ ଏବଂ ‘ଦି ଇଣ୍ଡିପେଣ୍ଡେଣ୍ଟ୍’ ସମେତ କେତେକ ପ୍ରକାଶନର ସାମ୍ବାଦିକମାନଙ୍କ ଆକାଉଣ୍ଟ୍ ଅଚଳ କରି ଦେଇଛି। ଏହି ସାମ୍ବାଦିକମାନେ ସମ୍ଭବତଃ ଟ୍ୱିଟରରେ ଘଟୁଥିବା ଘଟଣା ବିରୋଧରେ ଖବର ପ୍ରକାଶ କରିବା ସହ ମସ୍କଙ୍କୁ ଟାର୍ଗେଟ କରୁଥିବାରୁ ସେମାନଙ୍କ ଆକାଉଣ୍ଟକୁ ସସପେଣ୍ଡ କରାଯାଇବା ସନ୍ଦେହ କରାଯାଉଛି।
ନୂତନ ଗୋପନୀୟ ନୀତି ଅନୁସାରେ, ଅନ୍ୟମାନଙ୍କ କଲ୍ୟାଣ ପାଇଁ ଉକ୍ତ ଆକାଉଣ୍ଟ୍ ସବୁ ଅଚଳ କରାଯାଇଛି। କିନ୍ତୁ, ‘ମାଷ୍ଟୋଡନ୍’ ଆକାଉଣ୍ଟ୍ ଅଚଳ କରାଯିବା ସଂକ୍ରାନ୍ତରେ ‘ଟ୍ୱିଟର’ କୌଣସି କାରଣ ଦର୍ଶାଇ ନାହିଁ। କିନ୍ତୁ ସମସ୍ତ ସସପେଣ୍ଡ ଆକାଉଣ୍ଟଧାରୀ ସାମ୍ବାଦିକମାନେ କିଛି ଦିନ ହେଲା ଟ୍ୱିଟର ମାଲିକ ତଥା ଶିଳ୍ପପତି ଏଲନ ମସ୍କଙ୍କ ବିରୋଧରେ ରିପୋର୍ଟ ଛାପୁଥିଲେ। ଏଥିସହ ମସ୍କ ମାଲିକ ହେବା ପରେ କେମିତି ଟ୍ୱିଟରରେ ନିୟମ ବାରମ୍ବାର ବଦଳୁଛି, ସେ ବିଷୟରେ ବିଶ୍ଲେଷଣ କରି ତାଙ୍କୁ ସମାଲୋଚନା କରିଥିଲେ। ସେମାନେ ଆକାଉଣ୍ଟ ଖୋଲିବା ମାତ୍ରେ ଏହା ସସ୍ପେଣ୍ଡ ହୋଇଯାଇଥିବା ଦେଖିବାକୁ ମିଳୁଛି। କ’ଣ ପାଇଁ ପ୍ରକୃତରେ ସାମ୍ବାଦିକମାନଙ୍କ ଆକାଉଣ୍ଟକୁ ସସପେଣ୍ଡ କରାଯାଇଛି, ସେକଥା ଟ୍ୱିଟର କହିନାହିଁ।
Powered by Froala Editor