୨୦ ଫୁଟ୍ ତଳକୁ ଖସିଲା ଯାତ୍ରୀବାହୀ ବସ୍, ୨୦ ଆହତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଜାତୀୟ ରାଜପଥ ୧୮ର କୁଳିଅଣା ବାଲିମୁଣ୍ଡୁଳି ଛକରେ ରାସ୍ତାର ୨୦ ଫୁଟ୍ ତଳକୁ ଖସି ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୨୦ଜଣ ଯାତ୍ରୀ ଆହତ ହୋଇଛନ୍ତି।
ଆଜି ସକାଳେ ଗୌରି ନାମକ ଯାତ୍ରୀବାହୀ ବସ୍ଟି ଯାତ୍ରୀମାନଙ୍କୁ ନେଇ କରଞ୍ଜିଆରୁ ବାରିପଦା ଅଭିମୁଖେ ଆସୁଥିଲା। ଏହି ସମୟରେ ବାଲିମୁଣ୍ଡୁଳି ଛକରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାର ୨୦ ଫୁଟ୍ ତଳକୁ ଖସିପଡ଼ିଥିଲା। ପରେ ବସ୍ଟି ଓଲଟି ପଡ଼ିଥିଲା। ଆହତ ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା।
ବସ୍ରେ ୫୦ରୁ ଅଧିକ ଯାତ୍ରୀଥିଲେ। ସେମାନଙ୍କ ମଧ୍ୟରେ କିଛି କଲେଜ ପିଲା ଥିଲେ। ବସ୍ ଚକା ବାହାରିଯିବା ଯୋଗୁ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।
Powered by Froala Editor