ଶୀତଦିନରେ ହୃଦଘାତ ଭୟ ରହିଥାଏ ଅଧିକ
ଗଲା କିଛି ମାସ ଧରି ଯୁବ ଅଭିନେତାମାନେ ହୃଦଘାତରେ ପ୍ରାଣ ହରାଉଥିବା ଖବର ଆସିବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ହୃଦଘାତର ଭୟ ଏବେ ଯାଏଁ ମଧ୍ୟ ଟଳିନାହିଁ । ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଶୀତଦିନରେ ସାଧାରଣତଃ ହୃଦଘାତର ଭୟ ଅଧିକ ଥାଏ । ଡ଼ାକ୍ତରଙ୍କ କହିବା ଅନୁଯାୟୀ, ଶୀତଦିନରେ ଲୋକେ କାମ କମ୍ କରନ୍ତି । ସେଥିପାଇଁ ରକ୍ତଚାପର ସ୍ତର ବଢ଼ିଯାଏ । ଥଣ୍ଡାର ପ୍ରକୋପ ରାତିବେଳା ଓ ଭୋରବେଳା ଅଧିକ ରହିଥାଏ । ସେହି ସମୟରେ ହିଁ ହୃଦଘାତରେ ଅଧିକାଂଶ ଲୋକ ପ୍ରାଣ ହରାନ୍ତି ।
ଏଥିରୁ ବର୍ତ୍ତିବା ପାଇଁ ବିଶେଷଜ୍ଞ ମାନେ ଦେଇଥିବା କିଛି ପରାମର୍ଶ....
- ଥଣ୍ଡାରୁ ନିଜ ଶରୀରକୁ ରକ୍ଷା କରିବା ପାଇଁ ପଶମ ପୋଷକରେ ସବୁବେଳେ ଘୋଡ଼ାଇ ହୋଇ ରୁହନ୍ତୁ ।
- ପାଣି ଆବଶ୍ୟକ ପରିମାଣରେ ପିଇବା ଜରୁରୀ । ନିଜେ ଫୂର୍ତ୍ତି ରହିବା ପାଇଁ ଯେତିକି ଆବଶ୍ୟକ, ସେଇଭଳି କାମ କରନ୍ତୁ ।
- ଅତ୍ୟଧିକ ଥଣ୍ଡା ସମୟରେ ବ୍ୟାୟାମ କରନ୍ତୁ ନାହିଁ ।
Powered by Froala Editor